ଭୁବନେଶ୍ବର:କୁଖ୍ୟାତ ଅପରାଧୀ ହାଇଦରର ଏନକାଉଣ୍ଟର ଓ ପରେ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ଜେଲ ଡିଜି । ଚୌଦ୍ବାର ଜେଲ ନିକଟରେ ହାଇଦରର ସହଯୋଗୀ ରହୁଥିବାରୁ ହାଇଦରକୁ ଅପରେସନ କ୍ଲିନଅପରେ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ହାଇଦର ଖସିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଛି ବୋଲି କହିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ।
କଟକ ଚୌଦ୍ବାର ଜେଲ ନିକଟରେ ରହୁଥିଲା ହାଇଦର । କେନ୍ଦ୍ରାପଡାରେ ତାର ଅନ୍ୟ ସହଯୋଗୀ ରହୁଥିବାରୁ ଅନ୍ୟ କୌଣସି ଅପରାଧ ଘଟାଇବାର ସମ୍ଭାବନା ଥିଲା । ଏ ସମ୍ପର୍କରେ ଡିସିପିଙ୍କ ମତାମତ ମଗାଯାଇଥିଲା । ଏହାପରେ ହାଇଦରକୁ ଅପରେସନ କ୍ଲିନଅପରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅପରେସନ କ୍ଲିନଅପରେ ଜେଲରେ ଥିବା ଅପରାଧୀଙ୍କ ଉପରେ ନଜର ରଖାଯାଉଛି । ଯଦି କୌଣସି ଇନପୁଟ ବା ଜେଲ କର୍ତ୍ତୃପକ୍ଷ ହୃଦୟଙ୍ଗମ କରନ୍ତି ତେବେ ଅପରାଧୀକୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଥାଏ । କେବଳ ହାଇଦର ନୁହେଁ ଅନେକ ଅପରାଧୀଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି ।