ଭୁବନେଶ୍ବର:ଦାଦାବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ମିଳିଲା ଜାମିନ । ନିର୍ଦ୍ଧାରିତ ସମୟ ମଧ୍ୟରେ କମିଶନରେଟ ପୋଲିସ ଚାର୍ଜସିଟ ଦାଖଲ କରି ପାରିନଥିଲା । ଏହାପରେ ଭୁବନେଶ୍ବର ଏସଡିଜେଏମ କୋର୍ଟ ରାଜାକୁ ଜାମିନ ଦେଇଛନ୍ତି । ଗିରଫ ହେବାର ୬୦ ଦିନ ମଧ୍ୟରେ ପୋଲିସ ଚାର୍ଜସିଟ ଦାଖଲ କରିବାର ଥିଲା । କିନ୍ତୁ ଏଥିରେ ବିଫଳ ରହିଥିଲା କମିଶନରେଟ ପୋଲିସ।
ତେବେ ଜାମିନ ମିଳିବା ପରେ ରାଜା ଆଚାର୍ଯ୍ୟ ଉପରେ ଲାଗିଲା ଜାତୀୟ ସୁରକ୍ଷା ଅଧିନିୟମ(nsa)। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଦାଦାବଟି ଆଦାୟ ମାମଲାରେ ରାଜା ଆଚାର୍ଯ୍ୟକୁ ଭୁବନେଶ୍ବର ଏସଡିଜେଏମ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଦାଦାବଟି ଆଦାୟ ପାଇଁ ଜନ ସାଧାରଣଙ୍କ ମଧ୍ୟରେ ଅସୋନ୍ତଷ ବଢିଇବା ଆଦି ଅଭିଯୋଗ ରହିଛି । ଏହାସହ ଅନ୍ୟାନ୍ୟ ଦୁର୍ଦ୍ଦାନ୍ତ ଅପରାଧରେ ମଧ୍ୟ ଅଭିଯୁକ୍ତ ରହିଛି ରାଜା।
ଅକ୍ଟୋବର ୧୭ ତାରିଖରେ କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା । ତେବେ 62 ଦିନ ପରେ ମଧ୍ୟ ରାଜା ବିରୋଧରେ କୌଣସି ଚାର୍ଜସିଟ ଫାଇଲ କରିପାନଥିଲା ପୋଲିସ । ଜଣେ ଜାମିନଦାର ଓ 20 ହଜାର ଟଙ୍କା ବେଲ ବଣ୍ଡ ବଦଳରେ ରାଜାକୁ ବେଲ ପ୍ରଦାନ କରିଛନ୍ତି କୋର୍ଟ । ତେବେ ଏହାପରେ କମିସନରେଟ ପୋଲିସର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି।