ଭୁବନେଶ୍ବର: ପାଖେଇ ଆସୁଛି ବିଘ୍ନ ବିନାଶକଙ୍କ ପୂଜା । ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ରାଜଧାନୀ । ବିଦ୍ୟାଦାତାଙ୍କ ପୂଜା ପାଇଁ ବିଭିନ୍ନ କମିଟି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସହିଦ ନଗର ୱିନର୍ ଆସୋସିଏସନ ପକ୍ଷରୁ ଏଥର 46ଫୁଟ୍ର ଗଣେଶଙ୍କ ଦଶବତାର ମୂର୍ତ୍ତି ନିର୍ମାଣ କରାଯାଉଛି ।
ଆସୁଛନ୍ତି ଗଜାନନ, ରାଜଧାନୀ ଦେଖିବ ଦଶବତାର ଗଣେଶ - ବିଘ୍ନ ବିନାଶକଙ୍କ ପୂଜା
ପାଖେଇ ଆସୁଛି ଗଣେଶ ପୂଜା । ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଭୁବନେଶ୍ବର । ଏଥର ଭୁବନେଶ୍ବରର ୱିନର୍ ପୂଜା କମିଟି ଗଣେଶଙ୍କ ଦଶବତାର ମୂର୍ତ୍ତି ନିର୍ମାଣ କରୁଛି ।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ନିଜର ସ୍ବତନ୍ତ୍ରତା ପାଇଁ ପରିଚୟ ପାଇଥିବା ଏହି କମିଟି ସବୁଥର ଭଳି ଏଥର ମଧ୍ୟ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥିବା ଆସୋସିଏସନର କର୍ମକର୍ତ୍ତା କହିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାରେ ବଡ଼ ଗଣେଶଙ୍କ ମୂର୍ତ୍ତି ତିଆରି କାର୍ଯ୍ୟ ଆରମ୍ଭ ହୋଇଯାଇଛି। କେନ୍ଦ୍ରାପଡାରୁ ଆସିଥିବା15 ଜଣ କାରିଗର ଦ୍ବାରା ଗଜାନନଙ୍କ ମୂର୍ତ୍ତୀ ନିର୍ମାଣ କରାଯାଉଛି । ଚଳିତ ବର୍ଷର ବିଶେଷ ଆକର୍ଷଣ ରହିଛି 50 କେଜିର ଲଡୁ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ