ଓଡିଶା

odisha

ETV Bharat / city

ରାଜଧାନୀରେ ପୂଜା ପାଉଛନ୍ତି ଅଗ୍ର ଦେବତା ଗଜାନନ - ଗଜାନନଙ୍କ ପୂଜାର୍ଚ୍ଚନା

ଧୂମଧାମରେ ଚାଲିଛି ବିଘ୍ନ ବିନାଶଙ୍କ ପୂଜା । ବିଦ୍ୟାଦାତାଙ୍କ ମନ୍ତ୍ରରେ ସମଗ୍ର ଭୁବନେଶ୍ବରରେ ଭକ୍ତିମୟ ପରିବେଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 2, 2019, 5:23 PM IST

ଭୁବନେଶ୍ବର: ସାରା ଦେଶରେ ଚାଲିଛି ଧୂମଧାମରେ ଅଗ୍ରଦେବତା ଗଜାନନଙ୍କ ପୂଜାର୍ଚ୍ଚନା । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରର ସମସ୍ତ ସ୍କୁଲ, କଲେଜ ଏବଂ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ବେଶ ଆଡମ୍ବରରେ ପାଳିତ ହେଉଛି ପାର୍ବତୀ ନନ୍ଦନଙ୍କ ପୂଜା । କେଉଁଠି ବିଶାଳ ବିଗ୍ରହ ପୂଜା ପାଉଛନ୍ତି ତ କେଉଁଠି ଶାମୁକା, ଓ ଧାନ, ମୁଗରେ ତିଆରି ବିଗ୍ରହ ଧରାବତରଣ କରିଛନ୍ତି । ସହିଦ ନଗରରେ ଭଗବାନ ନାରାୟଣଙ୍କ ଅବତାର ବିନାୟକ ପୂଜା ପାଉଛନ୍ତି । ବଡଗଡରେ ସବୁଠୁ ବିଶାଳ ପ୍ରାୟ 50 ଫୁଟ ଉଚ୍ଚର ବିଗ୍ରହ ପୂଜା ପାଉଛନ୍ତି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର


ଏହା ସହ ସାତଦିନ ଧରି ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ଦର୍ଶନ ଦେବେ ଗଜାନନ । ଭକ୍ତଙ୍କ ଦର୍ଶନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେତେକ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details