ହାଇଦ୍ରାବାଦ:"ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା..." ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ହିନ୍ଦୁ ପରମ୍ପରା ରୀତିନୀତି ଅନୁସାରେ ପ୍ରତିଟି ଶୁଭ କାମ ପୂର୍ବରୁ ଅଗ୍ର ପୂଜ୍ୟ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ସେ ଦୃଷ୍ଟିରୁ ପାର୍ବଣ ଋତୁର ଆରମ୍ଭରେ ଗଜାନନଙ୍କ ପୂଜା ଆରମ୍ଭ ହୋଇଛି ।
ଆଜି ବିଘ୍ନନାଶନ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା । ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନରେ ବିଦ୍ୟାଦେବ । ଆଜି ଏହି ତିଥି ପଡୁଥିବାରୁ ଧରାପୃଷ୍ଟରେ ଅବତରଣ କରିବେ ଗିରିଜାନନ୍ଦନ । ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର, ଉତ୍ସବ ମୁଖର ହୋଇ ଉଠିଛି ପୁର ପଲ୍ଲୀ ।
ସବୁଠି "ଗଣପତି ବାପ୍ପା ମୌର୍ଯ୍ୟା" ମନ୍ତ୍ରଧ୍ବନି ଗୁଞ୍ଜରିତ ହେବ । ହେଲେ ଗତ 2 ବର୍ଷ ଧରି ଗଣେଶ ପୂଜାକୁ ଫିକା ପକାଉଛି କୋରୋନା ମହାମାରୀ । ପୂର୍ବ ପରି ଆଉ ସ୍କୁଲ, କଲେଜରେ ଗଣେଶଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଦେଖିବାକୁ ମିଳୁନି । ଘରେ ରହି ଜ୍ଞାନଦାତା ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରଛାତ୍ରୀ ।