ଓଡିଶା

odisha

ETV Bharat / city

ଗାନ୍ଧିଜୀଙ୍କ 'ଓଡିଶା ଆବିଷ୍କାର ପୁସ୍ତକ' ଉନ୍ମୋଚିତ - ବରିଷ୍ଠ କଂଗ୍ରେସ ନେତା

କାନ୍ତି ଦିବସ ଅବସରରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଦ୍ଵାରା ଏହା ଲିଖିତ 'ଗାନ୍ଧିଜୀଙ୍କ ଓଡିଶା ଆବିଷ୍କାର 'ଉନ୍ମୋଚିତ ହୋଇଛି । ଅଧିକ ପଢନ୍ତୁ...

ଗାନ୍ଧୀଜୀଙ୍କ 'ଓଡିଶା ଆବିଷ୍କାର ପୁସ୍ତକ' ଉନ୍ମୋଚିତ
ଗାନ୍ଧୀଜୀଙ୍କ 'ଓଡିଶା ଆବିଷ୍କାର ପୁସ୍ତକ' ଉନ୍ମୋଚିତ

By

Published : Aug 10, 2021, 9:27 AM IST

ଭୁବନେଶ୍ବର:ଦେଶକୁ ସ୍ବାଧୀନତାର ସ୍ବାଦ ଦେଇଥିବା ସେହି ମହାନ ବ୍ୟକ୍ତିତ୍ବ ପାଇଁ ସାରା ଦେଶ କ୍ରାନ୍ତି ଦିବସ ପାଳନ କରିଥିଲା । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଦ୍ଵାରା ଏହା ଲିଖିତ 'ଗାନ୍ଧିଜୀଙ୍କ ଓଡିଶା ଆବିଷ୍କାର' ଉନ୍ମୋଚିତ ହୋଇଛି ।

ଗାନ୍ଧୀଜୀଙ୍କ ଓଡିଶା ଆବିଷ୍କାର ପୁସ୍ତକ ଉନ୍ମୋଚିତ

ଏହି ପୁସ୍ତକରେ ଗାନ୍ଧିଜୀଙ୍କର ଓଡିଶାର ଆବିଷ୍କାର ବିଷୟରେ ସୂଚନା ରହିଛି । ବହିଟିକୁ ସବୁ ରାଜନେତାମାନେ ପଢିବା ଦରକାର, ବିଶେଷକରି କଂଗ୍ରେସ ଦଳର ନେତାମାନେ ନିହାତି ପଢିଵା ଦରକାର ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାଶ । ସେ ଆହୁରି କହିଛନ୍ତି, ପୁସ୍ତକରେ ଗାନ୍ଧିଜୀଙ୍କ ଓଡିଶା ଗସ୍ତ ସମୟରେ ଅନେକ ରୋଚକ ଅନୁଭୂତି ନିଜ ଲେଖାରେ ତୋଳି ଧରିଛନ୍ତି ପଞ୍ଚାନନ କାନୁନଗୋ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କି ନାହିଁ ସେ ନେଇ ଯଦିଓ କୌଣସି ସ୍ପଷ୍ଟ ସୂଚନା ନାହିଁ ,ଲେଖକ ଦାବି କରିଛନ୍ତି ଗାନ୍ଧିଜୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ ନକରି ମନ୍ଦିର ଫାଟକରେ ଥିବା ପୁସ୍ତକରେ ନିଜର ଅନୁଭୂତି ଲେଖିବା ପରେ ସେଠାରୁ ଚାଲି ଯାଇଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ବାପୁଙ୍କ ଓଡିଶା ଗସ୍ତ ଉପରେ ବହିରେ ଲେଖା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ABOUT THE AUTHOR

...view details