ଭୁବନେଶ୍ବର:ରାଜ୍ୟ ସରକାରଙ୍କ ହସ୍ତତନ୍ତ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଉତ୍କଳିକା ଦ୍ୱାରା ସର୍ବଭାରତୀୟ ସ୍ତରରେ ଗାନ୍ଧୀ ଶିଳ୍ପ ବଜାର ଉଦଘାଟନ ହୋଇଯାଇଛି । ହସ୍ତତନ୍ତ,ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି ।
ସୂଚନାନୁସାରେ, ଏହି ମେଳା ରବିବାର ଆରମ୍ଭ ହୋଇଥିବା ବେଳେ ୧୦ ଦିନ ଧରି ଚାଲିବ । ଗାନ୍ଧୀ ଶିଳ୍ପ ବଜାରରେ ୧୬ଟି ରାଜ୍ୟରୁ ପ୍ରାୟ ୧୦୦ ଜଣ ଶିଳ୍ପୀ ହସ୍ତଶିଳ୍ପ କାରିଗର ଭାଗ ନେଇଛନ୍ତି । ଏହି ମେଳାରେ ପଞ୍ଜାବ, ରାଜସ୍ଥାନ, ଛତିଶଗଡ, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକ୍କିମ, ହରିୟଣା, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ଲତ୍ତରାଖଣ୍ଡ ଏବଂ ଓଡିଶାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି ।