ଭୁବନେଶ୍ବର: ଆଜି ଭିଡିଓ କନଫରେନ୍ସ ଜରିଆରେ ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ନେଇ, ଦୁଇଦିନ ପରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାର ଥିଲା । କିନ୍ତୁ କୋରୋନା ପାଇଁ ଏହାକୁ ଆଖିଆଗରେ ରଖି ୩ ତାରିଖ ପର୍ଯ୍ୟନ୍ତ କୈଣସି ପର୍ବ ହେବନାହିଁ । ଏହାକୁ କଡାକଡି ପାଳନ କରାଯାଉଛି । ମନ୍ଦିର ବାହାରେ ହେବ ନାହିଁ ,ଉଭୟ ସରକାରଙ୍କ ନିର୍ଦ୍ଦେଶ କୁ ମେନେଜେମେଣ୍ଟ କମିଟି ପାଳନ କରି ତାହା ବିଦ୍ଧି ରଖିବା ଅନୁସାରେ ଅକ୍ଷୟ ତୃତୀୟାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବେ କମିଟି ସଦସ୍ୟ ।
ସେପଟେ ଆଗକୁ କଣ ହେବ ଆଜି ସନ୍ଧ୍ୟା ସୁଦ୍ଧା ଏହି ନିଷ୍ପତ୍ତି ନିଆଯିବ । ଏହା ସହ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ୩ ତାରିଖ ପରେ ଆଲୋଚନା କରାଯିବ ବୋଲି ଗଜପତି କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ କୁ ଆଖି ଆଗରେ ରଖି ନିଷ୍ପତ୍ତି ରହିବ । ଜନ ସମାଜର ସୁରକ୍ଷା, ସ୍ଵାସ୍ଥ୍ୟକୁ ଆଖିଆଗରେ ରଖି ଧାର୍ମିକ କର୍ଯ୍ୟ ସେହି ଅନୁସାରେ ପାଳନ କରାଯିବ ।