ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଚିଠି । ଶାସ୍ତ୍ର, ତତ୍ତ୍ବ, ଇତିହାସ ଓ ଧାର୍ମିକ ଦୃଷ୍ଟି କୋଣରୁ ପୁରୀ ରଥଯାତ୍ରାର ମହତ୍ତ୍ବ ରହିଥିବାରୁ ସୁପ୍ରିମକୋର୍ଟଙ୍କ ରାୟର ପୁର୍ନବିଚାର କରିବା ନେଇ ଚିଠି ଲେଖିଛନ୍ତି ଗଜପତି ।
ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ମହାରାଜାଙ୍କ ଚିଠି, ରଥଯାତ୍ରା ନେଇ ପୁନର୍ବିଚାର କର ଶୁକ୍ରବାର ଛତିଶ ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ସମେତ କୋଟି କୋଟି ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆଉଥରେ ଚାଲେଞ୍ଜ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ମହାରାଜାଙ୍କ ଚିଠି, ରଥଯାତ୍ରା ନେଇ ପୁନର୍ବିଚାର କର ପ୍ରକାଶଥାଉ କି, ରଥଯାତ୍ରା ପାଇଁ ସମୟ ଯେତିକି ପାଖେଇ ଆସୁଛି ଘଟଣା ସେତିକି ବିବାଦ ଆଡକୁ ବଢିବାରେ ଲାଗିଛି । ତେବେ ପୂର୍ବରୁ ଗଜପତି କହିଥିଲେ କି ସରକାର ଆମ ପ୍ରସ୍ତାବ ଗ୍ରହଣ କଲେ ନାହିଁ । ଏବେ ଏହି ଚିଠି ଲେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ କୋର୍ଟକୁ ବଲ ଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ମହାରାଜାଙ୍କ ଚିଠି, ରଥଯାତ୍ରା ନେଇ ପୁନର୍ବିଚାର କର ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ