ଭୁବନେଶ୍ବର: ରାଜ୍ୟରେ ବିକଶିତ ହେବ ଗ୍ରୀନ ଏନର୍ଜି(green energy) । ଏନେଇ ଗେଲ୍ ଏବଂ ଇପିକଲ୍(Gail and Ipicol) ମଧ୍ୟରେ ବୁଝାମଣା ପତ୍ର(MoU ) ସ୍ବାକ୍ଷରିତ ହୋଇଛି । ଏହାଦ୍ବାରା ରାଜ୍ୟରେ ଗ୍ରୀନ ହ୍ରାଇଡ୍ରୋଜେନ, ଗ୍ରୀନ ଆମୋନିଆ (Green Hydrogen, Green Ammonia)କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଓଡିଶାରେ ଇକୋ-ଫ୍ରେଣ୍ଡଲି(Eco-friendly) ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ MOUରେ ଗୁରୁତ୍ବାରୋପ କରାଯାଇଛି । ତେବେ ଗ୍ରୀନ ହାଇଡ୍ରୋଜେନ ଶିଳ୍ପଗୁଡିକ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରିବ । ଯାହା ଭାରତ ସରକାରଙ୍କ ସାମଗ୍ରିକ ଉଦ୍ଦେଶ୍ୟରେ ସହାୟକ ହେବ । ବିଦ୍ୟୁତ ବଳକା ରାଜ୍ୟ ହୋଇଥିବାରୁ ଓଡିଶା ଶକ୍ତିରେ ନିଜର ସ୍ଥିତିକୁ ଆହୁରି ଦୃଢ କରିବାକୁ ଚେଷ୍ଟା କରୁଛି । ଏହା ରାଜ୍ୟ ଅବସ୍ଥାପିତ କାରଖାନାଗୁଡ଼ିକର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ସହାୟକ ହେବ ।
ତେବେ ଭୁବନେଶ୍ବରରେ ଆୟୋଜିତ ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ(Asit Tripathi, Chief Adviser to the Chief Minister) । ସେ କହିଛନ୍ତି ଯେ “ସମଗ୍ର ବିଶ୍ବ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ କରୁଛନ୍ତି ।