ଓଡିଶା

odisha

ETV Bharat / city

ସ୍ଵେଚ୍ଛାକୃତ ଅବସର ନେଲେ IAS ଗଗନ ଧଳ - Gagan Dhal took voluntary retirement

ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳଙ୍କ ସ୍ବେଚ୍ଛାକୃତ ଅବସରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଗଗନ ଧଳ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରେ ଥିଲେ ।

Gagan Dhal took voluntary retirement
ଫାଇଲ ଫଟୋ

By

Published : Dec 2, 2019, 12:28 PM IST

Updated : Dec 2, 2019, 12:35 PM IST

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳଙ୍କ ସ୍ବେଚ୍ଛାକୃତ ଅବସରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ସୁଧା ରାଜ୍ୟ ସରକାର ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ ।

ସ୍ଵେଛାକୃତ ଅବସର ନେଲେ ଗଗନ ଧଳ

ସୂଚନାଯୋଗ୍ୟ, ୧୯୮୫ କ୍ୟାଡରର ଆଇଏଏସ ଥିଲେ ଗଗନ ଧଳ । 2019 ଅଗଷ୍ଟ 6ରେ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଯାହା ରାଜ୍ୟସରକାରଙ୍କ ନିକଟରେ ବିଚାରଧୀନ ରହିଥିଲା । ଗତ ନଭେମ୍ବର 30ରେ ସରକାର ଏହାକୁ ଅନୁମୋଦନ କରିଛନ୍ତି । ଅବସର ନେବା ପୂର୍ବରୁ ଗଗନ ଧଳ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରେ ଥିଲେ ।

ସ୍ଵେଛାକୃତ ଅବସର ନେଲେ ଗଗନ ଧଳ

ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 2, 2019, 12:35 PM IST

ABOUT THE AUTHOR

...view details