ଓଡିଶା

odisha

ଦିନକ ପରେ ସ୍ବାଧୀନତା ଦିବସ, ସରିଲା ଫୁଲ୍ ଡ୍ରେସ ପରେଡ ଅଭ୍ୟାସ

By

Published : Aug 13, 2020, 10:49 AM IST

ଦିନକ ପରେ ସ୍ବାଧୀନତା ଦିବସ । ସରିଲା ଫୁଲ୍ ଡ୍ରେସ ପରେଡ ଅଭ୍ୟାସ । ଅଧିକ ପଢନ୍ତୁ...

ଦିନକ ପରେ ସ୍ବାଧୀନତା ଦିବସ, ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ
ଦିନକ ପରେ ସ୍ବାଧୀନତା ଦିବସ, ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ

ଭୁବନେଶ୍ବର: ଦିନକ ପରେ ସ୍ବାଧୀନତା ଦିବସ। ତେବେ ଏଥର କୋଭିଡ ପାଇଁ ନିରାଡମ୍ବର ଭାବରେ କରାଯିବ ପାଳନ। ଗୃହ ବିଭାଗର ଗାଇଡଲାଇନ ଅନୁସାରେ ପାଳନ ହେବ ସ୍ବାଧୀନତା ଦିବସ। ଏନେଇ ପ୍ରଦର୍ଶନୀ ପଡିଆରେ ହୋଇଛି ଫୁଲ୍ ଡ୍ରେସ ପରେଡ ଅଭ୍ୟାସ।

ଦିନକ ପରେ ସ୍ବାଧୀନତା ଦିବସ, ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ

ଏଥର 3 ପ୍ଲାଟୁନ ମୁତୟନ ହେବେ । ଗୋଟିଏ ପ୍ଲାଟୁନ ଓଡ୍ରାଫ, ଗୋଟିଏ ପ୍ଲାଟୁନ 7 ବାଟାଲିୟନ ଓ ଗୋଟିଏ ପ୍ଲାଟୁନ ଏସଏସବି ମୁତୟନ ହେବେ। କୋଭିଡ ନିୟମ ଭିତରେ ସମାପନ ହେବ ସ୍ବାଧୀନତା ଦିବସ ।

କୋଭିଡ ନିୟମ ଭିତରେ ସ୍ବାଧୀନତା ଦିବସ କିପରି ପାଳନ ହେବ ସେନେଇ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ସକାଳ 9ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଗୋଟିଏ କିମ୍ବା ଦୁଇଟି ପୋଲିସ ବାହିନୀ ମୁଖ୍ୟ ଅତିଥିଙ୍କ ସ୍ବାଗତ ପାଇଁ ନିୟୋଜିତ ହେବେ । ଚଳିତବର୍ଷ ମହାମାରୀ ସ୍ଥିତିକୁ ନଜରରେ ରଖି ପରେଡ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି ।

ଚଳିତବର୍ଷ ସ୍ବାଧିନତା ଦିବସ ପାଳନରେ ସାଧାରଣ ଲୋକେ ସାମିଲ ହେବେ ନାହିଁ । ଅତିଥି ସଂଖ୍ୟା 50ରୁ 75 ରହିବ । ସେମାନଙ୍କ ମଧ୍ୟରେ 15ରୁ 20 ଜଣ କୋଭିଡ ଯୋଦ୍ଧା ରହିବେ । ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ । ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି ।

ସେହିପରି ଅନଲାଇନ କୁଇଜ ଓ ରଚନା ପ୍ରତିଯୋଗିତା ହୋଇପାରିବ। ବୃକ୍ଷ ରୋପଣ ବି ହୋଇପାରିବ। ତେବେ ଏହି ନିୟମ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରରେ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details