ଓଡିଶା

odisha

By

Published : Jan 12, 2020, 2:06 PM IST

ETV Bharat / city

ତିନିଦିନ ଲଗାତାର ବୃଦ୍ଧି ପରେ କମିଲା ତେଲ ଦର

ତେଲଦରରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି । ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ । ଆଗକୁ ପଢନ୍ତୁ...

Fuel prices fall
ଫାଇଲ ଫଟୋ

ନୂଆଦିଲ୍ଲୀ: ତିନିଦିନ ପେଟ୍ରୋଲ ଦର ବଢିବା ପରେ ଆଜି(ରବିବାର) ଗ୍ରାହକଙ୍କୁ ପେଟ୍ରୋଲ ଦରରୁ ଅଳ୍ପ ଆଶ୍ବସ୍ତି ମିଳିଛି । ପେଟ୍ରୋଲର ଦର 10-12ପଇସା କମିଥିବା ବେଳେ ଡିଜେଲ ଦର 6-7 ପଇସା କମିଛି ।

ଓଡିଶାର ରାଜଧାନୀ ଭୁବନେଶ୍ବରରେ ଶନିବାର ପେଟ୍ରୋଲ ଦର 74.98ଟଙ୍କା ଥିବାବେଳେ ଆଜି 74.87 ରହିଛି । ଦିଲ୍ଲୀରେ ମଧ୍ୟ ପେଟ୍ରୋଲ ଦର ଖସି 75.90କୁ ଆସିଥିବାବେଳେ ମୁମ୍ବାଇରେ 78.48 ରହିଛି ।

ଅନ୍ୟପକ୍ଷେ ଡିଜେଲର ଦର ମଧ୍ୟ କମିଛି । ଭୁବନେଶ୍ବରରେ ଶନିବାର 74.20 ଟଙ୍କା ଥିବାବେଳେ ଆଜି 74.14 ରହିଛି । ସେହିପରି ଦିଲ୍ଲୀରେ 69.11 ରହିଥିବାବେଳେ ମୁମ୍ବାଇରେ 72.47 ରହିଛି । ଆମେରିକା ଓ ମଧ୍ୟପ୍ରାଚ୍ୟ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ଭାରତରେ ତେଲ ଦର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା । ତେବେ ବର୍ତ୍ତମାନ ଏହି ଦର ଲୋକଙ୍କୁ କିଛିଟା ଆଶ୍ବସ୍ତି ପହଞ୍ଚାଇବ ବୋଲି ଆଶା ।

ABOUT THE AUTHOR

...view details