ଭୁବନେଶ୍ବର:ନୂଆ ଟେକନିକରେ ଏଟିଏମରୁ ଟଙ୍କା ଗାଏବ। ନୂଆ ଟେକନିକରେ ଟଙ୍କା ଖାଲି କରୁଛନ୍ତି ଏଟିଏମରୁ। ବାପୁଜୀନଗର ଏଟିଏମରୁ ନେଇଗଲେ ୧୭ ଲକ୍ଷ । ଏଟିଏମ ମେସିନରୁ ଟଙ୍କା ବାହାର କରୁଛନ୍ତି କିନ୍ତୁ କୌଣସି ଆକାଉଣ୍ଟରୁ ଟଙ୍କା ଉଠାଣ ହେଉନାହିଁ।
ରାଜଧାନୀର କ୍ୟାପିଟାଲ ଥାନା ବାପୁଜୀନଗର ଲେନ ୬ ରେ ଥିବା ଏସବିଆଇ ଏଟିଏମରୁ ଖାଲି କରିଛନ୍ତି ୧୬ ଲକ୍ଷ ୬୫ ହଜାର ଟଙ୍କା। ଯାହାକୁ ନେଇ ଚିନ୍ତାରେ ବ୍ୟାଙ୍କ କର୍ତ୍ତୃପକ୍ଷ। ଯେକି କିପରି କଷ୍ଟମରଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ନହୋଇ କିପରି ୧୬ ଲକ୍ଷ ୬୫ ହଜାର ଟଙ୍କା ଗାଏବ ହେଲା। ଯାହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ପୋଲିସରେ ଅଭିଯୋଗ କରିଛନ୍ତି । ଏପରିକି କିଛି ବ୍ୟାଙ୍କ ଆକାଉଣ୍ଟ ଯାହାକି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ଦେହ ଘେରକୁ ଆସିଛି। କିଛି ଅନ୍ୟ ବ୍ୟାଙ୍କର ଆକାଉଣ୍ଟରୁ ଏପରି ସନ୍ଦେହଜନକ ଆସିଥିବା ନେଇ କ୍ୟାପିଟାଲ ଥାନାରେ ସେସବୁ ଆକାଉଣ୍ଟ ସମ୍ପର୍କରେ ଜଣାଇଛନ୍ତି। ଯାହାଙ୍କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରକୃତରେ ଏହା ପଛରେ କୌଣସି ରାକେଟ ଏପରି କରୁଛନ୍ତି କି। ଏପରି ଏଟିଏମରୁ ଟଙ୍କା ଗାଏବ କରୁଛନ୍ତି। କିଏ ସେହି ରାକେଟ । କିପରି ଏଭଳି ଟଙ୍କା ଗାଏବ କରୁଛନ୍ତି। ଏଟିଏମ ହ୍ୟାକ କରି ନା କିଛି ନୂଆ। ଟେକନିକ ଆପଣାଇ ଏପରି ଟଙ୍କା ଗାଏବ କରୁଛନ୍ତି ।