ଓଡିଶା

odisha

ETV Bharat / city

'୨ୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ, ସମ୍ମୁଖଯୋଦ୍ଧା ଯାଇ କରାଇବେ ଟୀକାକରଣ'

ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୩ ମାସ ରହୁଥିବାରୁ ଲୋକେ ୨ୟ ଡୋଜ ନେବାକୁ ଭୁଲି ଯାଉଛନ୍ତି । ଏଣୁ ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କ ନିକଟକୁ ଯାଇ ଟୀକାକରଣ କରାଇବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

'୨ୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ, ସମ୍ମୁଖଯୋଦ୍ଧା ଯାଇ କରାଇବେ ଟୀକାକରଣ'
'୨ୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ, ସମ୍ମୁଖଯୋଦ୍ଧା ଯାଇ କରାଇବେ ଟୀକାକରଣ'

By

Published : Sep 23, 2021, 1:46 PM IST

ଭୁବନେଶ୍ବର:ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୩ ମାସ ରହୁଥିବାରୁ ଲୋକମାନେ ଦ୍ବିତୀୟ ଡୋଜ ଟିକା ନେବାକୁ ଭୁଲି ଯାଉଛନ୍ତି । ତେବେ ଏମାନଙ୍କ ନିକଟକୁ ସମ୍ମୁଖ ଯୋଦ୍ଧାମାନେ ଯାଇ ସମ୍ପୂର୍ଣ୍ଣ ଟୀକାକରଣ କରାଇବେ ବୋଲି ଜଣାପଡ଼ିଛି । ଦ୍ବିତୀୟ ଡୋଜ ନେଇନଥିବା ୨୮ ପ୍ରତିଶତ ଲୋକଙ୍କୁ ଟୀକାକରଣ କେନ୍ଦ୍ରକୁ ଅଣାଯାଇ ଟିକା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

'୨ୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ, ସମ୍ମୁଖଯୋଦ୍ଧା ଯାଇ କରାଇବେ ଟୀକାକରଣ'

ଗତକାଲି 4 ଲକ୍ଷ 5 ହଜାର ଡୋଜ ଦିଆଯାଇଛି । ଦ୍ଵିତୀୟ ଡୋଜଜୁ ମିଶାଇଲେ 2 କୋଟି 87 ଲକ୍ଷ ଡୋଜ ଦିଆସରିଛି । ସେଥିରୁ 2 କୋଟି 10ଲକ୍ଷ ପ୍ରଥମ ଡୋଜ ଓ 77 ଲକ୍ଷ ଦ୍ଵିତୀୟ ଡୋଜ ଦିଆଯାଇଛି । 67 ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି । ଯେତିକି ଟୀକାକରଣ ବାକି ଅଛି, ସେଥିରୁ 72 ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଲେଣି । ଯିଏ ଟୀକା ନେଇ ନାହାନ୍ତି, ସେମାନଙ୍କର ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି ।

ତେବେ ଦ୍ବିତୀୟ ଡୋଜ ନେଇନଥିବା ଲୋକଙ୍କୁ ସମ୍ମୁଖ ଯୋଦ୍ଧାମାନେ ଟୀକାକରଣ କେନ୍ଦ୍ରକୁ ଆଣିବେ। ଆଜି 1800 ଟୀକାକରଣ ସେସନରେ ଟୀକାକରଣ ଚାଲିଛି । ଆଜି 4 ଲକ୍ଷରୁ ଅଧିକ ଟୀକାକରଣ ଲକ୍ଷ୍ୟ ରଖାଯାଇଛି । ଟିକା ବି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି । ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ 3 ମାସ ସମୟ ରହୁଛି, ଲୋକେ ଅନ୍ୟ କାମରେ ବ୍ୟସ୍ତ ରହି ଟିକା ନେବାକୁ ଭୁଲି ଯାଉଛନ୍ତି ।

ଏମାନଙ୍କୁ ଟିକା ନେବା ପାଇଁ SMS ପଠାଯାଉଛି । ବାକି ଥିବା 28 ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖ ଯୋଦ୍ଧା ଟୀକାକରଣ କରାଇବେ । ସମ୍ମୁଖ ଯୋଦ୍ଧାମାନେ ଏମାନଙ୍କୁ ଟୀକାକରଣ କେନ୍ଦ୍ରକୁ ନେଇ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details