ଓଡିଶା

odisha

ETV Bharat / city

6ରୁ ଆଗଧାଡିର ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା - ଭୁବନେଶ୍ବରର 1600 ସ୍ଵାସ୍ଥ୍ୟ କର୍ମୀ

6 ତାରିଖରେ ଆଗଧାଡିର ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ ଟିକା ଦିଆଯିବ । ଅଧିକ ପଢନ୍ତୁ...

6ରୁ ଆଗଧାଡିର ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା
6ରୁ ଆଗଧାଡିର ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା

By

Published : Feb 3, 2021, 11:48 AM IST

ଭୁବନେଶ୍ବର: ଆଜି ଠାରୁ ପୁଣି ଆରମ୍ଭ ହୋଇଛି ଟୀକାକରଣ । ଭୁବନେଶ୍ବରର 1600 ସ୍ଵାସ୍ଥ୍ୟ କର୍ମୀ ନେବେ ଟିକା । ସେହିପରି 6 ତାରିଖରୁ ଫ୍ରଣ୍ଟ ଲାଇନ ଓ୍ଵାର୍କର (ଆଗଧାଡିର ଯୋଦ୍ଧା)ମାନଙ୍କୁ ଟିକା ଦିଆଯିବ ।

ଏନେଇ ଏଯାବତ 1ଲକ୍ଷ 92 ହଜାର ଫ୍ରଣ୍ଟ ଲାଇନ ଓ୍ଵାର୍କରଙ୍କ ତାଲିକା ପ୍ରସ୍ତୁତି ହୋଇଛି । ସେମାନଙ୍କର ଆଇଡେଣ୍ଟିଫିକେସନ କରାଯିବ ଏବଂ ସେମାନଙ୍କୁ ସେମାନଙ୍କ ଅଫିସରେ ଟୀକାଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେହିପରି ତିନି ସପ୍ତାହ ମଧ୍ୟରେ ଏମାନଙ୍କ ଟୀକାଦାନ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏବେବି ସେମାନଙ୍କ ରେଜିଷ୍ଟ୍ରେସନ ଚାଲିଛି ବୋଲି ମଧ୍ୟ ସେ କହିଛନ୍ତି । ଏହା ସହ କୋଭାସ୍କିନ 83500 ଡୋଜ୍ ଓ କୋଭିସିଲ୍ଡି 63,090 ଡୋଜ୍ ଭ୍ୟାକସିନ ମଧ୍ୟ ପହଞ୍ଚିଛି ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details