ଓଡିଶା

odisha

By

Published : Apr 11, 2021, 10:46 AM IST

ETV Bharat / city

ଆଜିଠାରୁ ଟିକା ଉତ୍ସବ, ଟିକା ନେବାକୁ ଜମୁଛି ଭିଡ

ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋରୋନାକୁ ରୋକିବା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଟିକା ଉତ୍ସବ । ଟିକା ସେଣ୍ଟରରେ ଟିକା ପାଇଁ ଲାଗିଛି ଲମ୍ବା ଲାଇନ। ଆଜିଠାରୁ 14 ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଅଧିକ ପଢନ୍ତୁ...

From today the vaccination festival, the long line for vaccination in bbsr
ଆଜିଠାରୁ ଟୀକା ଉତ୍ସବ, ଟୀକା ନେଵାଲାଗି ଲମ୍ବା ଲାଇନ

ଭୁବନେଶ୍ବର:ଆଜି ଠାରୁ ଟିକା ଉତ୍ସବ, ଟୀକା ପାଇଁ ଲମ୍ବା ଲାଇନ। ଆଜିଠାରୁ ଟିକା ଉତ୍ସବ ପାଳନ କରୁଛି ଭାରତ। ଆଜିଠାରୁ 14 ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଦେଶବ୍ୟାପୀ ଚାଲିଛି ଟୀକାକରଣ।

ଆଜିଠାରୁ ଟୀକା ଉତ୍ସବ, ଟୀକା ନେଵାଲାଗି ଲମ୍ବା ଲାଇନ

ସାରା ଦେଶରେ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଲହରୀ ଆରମ୍ଭ ହୋଇଥିବାବେଳେ ରାଜ୍ୟର ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଟିକା ଉତ୍ସବ ପାଳନ କରୁଛି ରାଜ୍ୟ। ସାଧାରଣ ଭାବରେ ରାଜ୍ୟ ରବିବାର ଦିନ ଟୀକାକରଣକୁ ବନ୍ଦ ରଖି ଥିବା ବେଳେ ଟୀକା ଉତ୍ସବ ଉପଲକ୍ଷେ ଟୀକାକରଣ କେନ୍ଦ୍ର ଖୋଲା ରହିଛି। ଏପଟେ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଲମ୍ବା ଲାଇନ। ଭୁବନେଶ୍ବର ୟୁନିଟ 4 ଟୀକାକରଣ କେନ୍ଦ୍ର ସହିତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଟୀକା ପାଇଁ ଲମ୍ବିଛି ଲମ୍ବା ଲାଇନ। ଲୋକଙ୍କ ମଧ୍ୟରେ ଉତ୍ସାହ ଲାଗିରହିଥିବା ବେଳେ 45 ବର୍ଷରୁ ଉର୍ଦ୍ଧ୍ବ ନାଗରିକମାନେ ଟୀକା ନେଉଛନ୍ତି। ଆଜି ରବିବାର ରହିଥିବାରୁ ଟିକା କେନ୍ଦ୍ର ଗୁଡିକରେ ଲମ୍ବା ଲାଇନ ଲାଗିଛି। ଅନ୍ୟପଟେ ରାଜ୍ୟରେ ଟୀକା ଅଭାବ ରହିଥିବା ବେଳେ ଗତକାଲି 2ଲକ୍ଷ 50 ହଜାର ଟୀକା ରାଜ୍ୟକୁ ଆସିଛି। କେନ୍ଦ୍ର ଗୁଡିକରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି।

କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ରାଜ୍ୟର ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ମାମଲା 3 ଲକ୍ଷ 49 ହଜାର 561ରେ ପହଞ୍ଚିଛି । ସକ୍ରିୟ ମାମଲା 7979 ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details