ଭୁବନେଶ୍ବର : ଚଳିତ ବର୍ଷ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇ ପିଲା ପଢିବେ ଶତ ପ୍ରତିଶତ ସିଲାବସ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ହେଲେ 2021-2022 ମସିହାରେ ଫେଲ ହୋଇଥିବା ପିଲା କିନ୍ତୁ 2022 ମସିହା ପୁରୁଣା ସିଲାବସରେ ପରୀକ୍ଷା ଦେବେ ।
ଦୀର୍ଘ ଦୁଇ ବର୍ଷ ପରେ ପୁଣି ଯୁ୍କ୍ତ ଦୁଇ ସିଲାବସକୁ 100 ପ୍ରତିଶତ ବଢାଯାଇଛି । କରୋନା କଟକଣା କାରଣରୁ କଲେଜ ବନ୍ଦ ରହିଥିଲା । ଫଳରେ ଅନଲାଇନ ମାଧ୍ୟମରେ କ୍ଲାସ କରିବା ପାଇଁ ପିଲାଙ୍କୁ କୁହାଯାଇଥିଲା । ଅନ ଲାଇନରେ ପାଠ ପଢାରେ ଅସୁବିଧା ହେଉଥିବାରୁ ତଥା 100 ପ୍ରତିଶତ ସିଲାବସ କିପରି ସମ୍ପୁର୍ଣ୍ଣ କରାଯିବ ସେ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ 30 ପ୍ରତିଶତ ସିଲାବସ କମାଇ ଦିଆଯାଇଥିଲା ।