ଓଡିଶା

odisha

ETV Bharat / city

ଜୁନ 1ରୁ ଜୁନ 23 ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୭% ଅଧିକ ବର୍ଷା ରେକର୍ଡ - ମୌସୁମୀ

ଚଳିତ ମାସ ଜୁନ ପହିଲାରୁ ଜୁନ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ୧ ଜୁନ ରୁ ୨୩ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୫୬.୬ ମିମି ବର୍ଷା ଅନୁଭୂତ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୪୬.୮ ମିମିଠାରୁ ୭ ପ୍ରତିଶତ ଅଧିକ । ଅଧିକ ପଢନ୍ତୁ...

ଜୁନ 1ରୁ ଜୁନ 23 ପର୍ଯ୍ୟନ୍ତ ଓଡ଼ଶାରେ ସ୍ୱାଭାବିକଠାରୁ ୭% ଅଧିକ ବର୍ଷା ରେକର୍ଡ
ଜୁନ 1ରୁ ଜୁନ 23 ପର୍ଯ୍ୟନ୍ତ ଓଡ଼ଶାରେ ସ୍ୱାଭାବିକଠାରୁ ୭% ଅଧିକ ବର୍ଷା ରେକର୍ଡ

By

Published : Jun 23, 2021, 2:13 PM IST

ଭୁବନେଶ୍ବର: ରାଜ୍ୟରେ ମୌସୁମୀର ସ୍ଥିତି ନେଇ ଆସିଲା ବଡ ଖବର । ଚଳିତ ମାସ ଜୁନ ପହିଲାରୁ ଜୁନ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ୧ ଜୁନ ରୁ ୨୩ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୫୬.୬ ମିମି ବର୍ଷା ଅନୁଭୂତ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୪୬.୮ ମିମିଠାରୁ ୭ ପ୍ରତିଶତ ଅଧିକ ।

କିନ୍ତୁ ୧ ଜୁନରୁ ୨୩ ଜୁନ ମଧ୍ୟରେ ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝର, ଏହି 7 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ଵାଭିବିକ ବର୍ଷାଠାରୁ ୨୦ ରୁ ୫୯% କମ । ଏହି ସମୟ ପରିଧି ମଧ୍ୟରେ ୩ ଜିଲ୍ଲା ଯଥା- ପୁରୀ, ସୁନ୍ଦରଗଡ଼, ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା ଠାରୁ ଅଧିକ ବର୍ଷା ଅନୁଭୂତ ହେଇଛି ।

ସେହିପରି ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା, କଟକ,ଜଗତସିଂହପୁର , କେନ୍ଦ୍ରାପଡା ଏବଂ ମାଲକାନଗିରି , ଅହି 9 ଜିଲ୍ଲାରେ ସ୍ୱାଭାବିକଠାରୁ ୨୦ ରୁ ୫୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । ଆଜି ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୪୭.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୪.୯ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details