ଓଡିଶା

odisha

ETV Bharat / city

CM Naveen Patnaik In New Delhi: ଗରିବୀ ହଟିଛି, ଓଡିଶା ଏବେ ମଡେଲ୍ ରାଜ୍ୟ କହିଲେ ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ସମ୍ମିଳନୀରେ ସାମିଲ ହେବେ ନବୀନ

ଆଜିଠାରୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ସାମିଲ ହେବାକୁ ଦିଲ୍ଲୀ ଆସିଛି ।" ଅଧିକ ପଢନ୍ତୁ

ଦିଲ୍ଲୀରେ ନବୀନ
ଦିଲ୍ଲୀରେ ନବୀନ

By

Published : Apr 29, 2022, 7:20 PM IST

ନୂଆଦିଲ୍ଲୀ: ଆଜିଠାରୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ସାମିଲ ହେବାକୁ ଦିଲ୍ଲୀ ଆସିଛି । ତେବେ ସେ ପୁଣି କହିଛନ୍ତି, ରାଜସ୍ୱ ନିଅଣ୍ଟ, ଦାରିଦ୍ରତା ଏବଂ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଓଡିଶା ଅଣ୍ଟା ସଳଖି ବାରେ ସକ୍ଷମ ହୋଇଛି । ମୋ ସରକାର ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟର ବାକିଶ ପାଇଁ ଅହରହ କାର୍ଯ୍ୟ କରୁଛି । ଓଡିଶା ଏବେ ରୋଲ ମଡେଲ ରାଜ୍ୟ ହୋଇଛି ।"

ଦିଲ୍ଲୀରେ ନବୀନ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ସମ୍ମିଳନୀରେ ହେବେ ସାମିଲ

ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାକୁ ଥିବା ବେଳେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଓ କେନ୍ଦ୍ର ଆଇନ ମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧିତ କରିବେ ।

ନୂଆଦିଲ୍ଲୀରେ ନବୀନ ଆହୁରି କହିଛନ୍ତି କି, "ରାଜ୍ୟର ବିଭିନ୍ନ ବକେୟା ଅର୍ଥ କେନ୍ଦ୍ର ସରକାର ଦେଉନାହାଁନ୍ତି । ଏହାସତ୍ବେ ଗତ 2 ଦଶନ୍ଧୀ ହେଲା ଓଡିଶା ଗରିବୀ ଓ ଆର୍ଥିକ ସଂକଟ ଦୂର କରିବାରେ ସାରା ଦେଶରେ ଆଦର୍ଶ ରାଜ୍ୟ ଭାବେ ଉଭା ହୋଇଛି ।" ନବୀନ କହିଛନ୍ତି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆସନ୍ତା 2 ତାରିଖରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସମୀକ୍ଷା କରିବେ । ଏହାବାଦ ମୁଖ୍ୟମନ୍ତ୍ରୀ ଆସନ୍ତା 3 ତାରିଖ ଅପରାହ୍ନ ରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details