ଓଡିଶା

odisha

ETV Bharat / city

ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ପ୍ରଶ୍ନ, ଓଡିଶାରେ ମିଳିବ କି ମାଗଣା ଟିକା ? - ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ବିଭିନ୍ନ ରାଜ୍ୟ ମାଗଣା ଟିକା ନେଇ ଘୋଷଣା କରିଥିବା ବେଳେ ଓଡିଶା କେବେ ଘୋଷଣା କରିବ ? ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ କରି ରାଜ୍ୟ ସରାକରଙ୍କୁ ଏହି ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

free vaccines must be provided to those who are above 18 years in Odisha ,said aparajita sarangi
18 ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ମାଗଣା ଟିକା ଦେବାକୁ ଦାବି କଲେ ଅପରାଜିତା

By

Published : Apr 23, 2021, 5:34 PM IST

ଭୁବନେଶ୍ବର:ଅନ୍ୟ ରାଜ୍ୟ ଭଳିଓଡିଶାରେ ମାଗଣା କୋଭିଡ୍ ଟିକା ମିଳୁ । କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଟିକାକରଣରେ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ମିଳିବା ନେଇ ଘୋଷଣା କରିଛନ୍ତି । ମେ’ ପହିଲାରୁ ଏହି ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହେବ । ତେବେ ଓଡିଶା ମଧ୍ୟ ମାଗଣା ଟିକା ଦେବା ଦରକାର ।

ବିହାର, ଉତ୍ତରପ୍ରଦେଶ, ଆସାମ ଭଳି ରାଜ୍ୟ ମାଗଣା ଟିକା ଦେବା ନେଇ ଘୋଷଣା କରିଥିବା ବେଳେ ଓଡିଶା ଏନେଇ କେବେ ଘୋଷଣା କରିବ ? ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ୍ କରି ରାଜ୍ୟ ସରାକରଙ୍କୁ ଏହି ପ୍ରଶ୍ନ କରିଛନ୍ତି ।

ଦେଶରେ ଭୟଙ୍କର ସ୍ଥିତିରେ କୋରୋନାର ଦ୍ବିତୀୟ ଲହର । ଦୈନିକ ସଂକ୍ରମଣ ଦେଶରେ 3 ଲକ୍ଷ ଟପୁଛି । ଯାହାକୁ ନେଇ ଭୟଭିତ ହୋଇପଡିଛନ୍ତି ସଭିଏଁ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶର ବିଭିନ୍ନ ରାଜ୍ୟ ମାଗଣା ଭ୍ୟାକ୍ସିନ ଦେବା ନେଇ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details