ଭୁବନେଶ୍ବର:ରାଜ୍ୟବାସୀଙ୍କ ପାଇଁ ମାଗଣା ଟିକା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ପ୍ରାୟ 2 ହଜାର କୋଟି ଟଙ୍କା । ଏହି ଅତିରିକ୍ତ ଖର୍ଚ୍ଚ ଲାଗି ସରକାରଙ୍କୁ ସହଯୋଗ ଓ ସମର୍ଥନ କରିବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।
ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଦାନ କରିବା ଆହ୍ୱାନ ଜାଣିଛନ୍ତି ଆମର । କେବଳ ଯେ ଅମର ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ତାହା ନୁହେଁ । ଅମର ନିଜେ ମଧ୍ୟ ଏହା କରି ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ ରଲିଫ ଫଣ୍ଡକୁ ଲକ୍ଷେ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଯେଉଁ ସକ୍ଷମ ନିଜ ସାଧ୍ୟ ମତେ ଦାନ କରିବା ଲାଗି ଟ୍ୱିଟ କରି ଅମର ଅନୁରୋଧ କରିଛନ୍ତି । ଆମର ଛୋଟ ସହାୟତା ରାଜ୍ୟର କିଛି ଗରିବ ଲୋକଙ୍କ ଟୀକା ଖର୍ଚ୍ଚ ବହନ କରିପାରିବ ।