ଭୁବନେଶ୍ବର: ବାଲିଯାତ୍ରାରେ ମିଳୁଛି ବିନା ମୂଲ୍ୟରେ ପୁରୁଣା ଡ୍ରେସ୍। ଏକ ସଂସ୍ଥା ପକ୍ଷରୁ ବିନା ମୂଲ୍ୟରେ ପୁରୁଣା ଡ୍ରେସ ଓ ଖେଳଣା ଯୋଗାଇ ଦିଆଯାଉଛି। ଯାହା ଛୋଟ ପିଲା ଓ ବିଭିନ୍ନ ବୟସର ପୋଷାକ ସହ ଖେଳଣା ମଧ୍ୟ ମାଗଣାରେ ନେଇପାରିବେ ।
ଭୁବନେଶ୍ବର କୁଆଖାଇ ନଦୀପଠାରେ ଚଳିତ ବର୍ଷ ତୃତୀୟ ବାଲିଯାତ୍ରା ଆରମ୍ଭ ହୋଇଛି । ଏଠାରେ ପ୍ରଥମ ଦିନରେ କମ ମାତ୍ରାରେ ଷ୍ଟଲ ଖୋଲାଯାଇଛି । ଏହି ସମସ୍ତ ଷ୍ଟଲ ଭିତରେ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେଲା ଏକ ସଂସ୍ଥା ପକ୍ଷରୁ ଗରିବ ମାନଙ୍କ ପାଇଁ ପୁରୁଣା ବସ୍ତ୍ର ବା ଖେଳନା ମାଗଣାରେ ଯୋଗାଇ ଦିଆଯାଉଛି । ଯେ କୌଣସି ଡ୍ରେସ ହେଉ ବା ଖେଳନା, ଧନୀ ହୁଅନ୍ତୁ କିମ୍ବା ଗରିବ ସମସ୍ତେ ବିନା ମୂଲ୍ୟରେ ଏଠାରୁ ନେଇପାରିବ ପୋଷାକ। ଏହି ଷ୍ଟଲ ସମ୍ମୁଖରେ ଭିଡ ଲାଗିରହିଥିଲା ।