ଓଡିଶା

odisha

ETV Bharat / city

Vaccine Drive: ଆଜିଠୁ ମାଗଣାରେ ବୁଷ୍ଟର ଡୋଜ - ମାଗଣା ବୁଷ୍ଟର ଡୋଜ

ଆଜିଠୁ ରାଜ୍ୟରେ ୧୮- ୫୯ ବର୍ଷ ଲୋକଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ । ମାଗଣାରେ ବୁଷ୍ଟର ଡୋଜ ଦିଆଯିବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ । ଅଧିକ ପଢନ୍ତୁ

ଆସନ୍ତାକାଲିଠାରୁ ଆରମ୍ଭ ହେବ ବୁଷ୍ଟର ଡୋଜ
ଆସନ୍ତାକାଲିଠାରୁ ଆରମ୍ଭ ହେବ ବୁଷ୍ଟର ଡୋଜ

By

Published : Jul 14, 2022, 10:39 PM IST

Updated : Jul 15, 2022, 7:14 AM IST

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ୧୮- ୫୯ ବର୍ଷ ଲୋକଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ । ମାଗଣା ବୁଷ୍ଟର ଡୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି ।

ସଂକ୍ରମଣ ବଢ଼ୁଥିବାରୁ ଦୈନିକ କୋଭିଡ ପରୀକ୍ଷା ସଂଖ୍ୟା ବଢିବ । ଏନେଇ ସ୍ୱାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଲ ସେଣ୍ଟରକୁ ୨୪x୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟୀକାକରଣ କରାଯିବ । ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତ ୱାରୀ ଟୀକାକରଣ କରାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 15, 2022, 7:14 AM IST

ABOUT THE AUTHOR

...view details