ଓଡିଶା

odisha

By

Published : Nov 22, 2019, 7:51 PM IST

Updated : Nov 22, 2019, 7:56 PM IST

ETV Bharat / city

ମାଗଣା ପାଠ୍ୟ ପୁସ୍ତକ ଶୁଭାରମ୍ଭ, ମାର୍ଚ୍ଚ ଶେଷ ସୁଦ୍ଧା ସ୍କୁଲରେ ଉପଲବ୍ଧ ହେବ ବହି

ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ମାଗଣା ବହି ଯୋଗାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 5ଟି ଜିଲ୍ଲାକୁ 3 ଲକ୍ଷ ମାଗଣା ବହି ଯୋଗାଇ ଦିଆଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶାର ସମସ୍ତ ସରକାରୀ ବିଦ୍ୟାୟରେ ମାଗଣା ବହି ଯୋଗାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନସ୍ଥ ଟିବିପିଏମ କାର୍ଯ୍ୟାଳୟରୁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସ୍କୁଲ ପାଠ୍ୟପୁସ୍ତକ ବିତରଣର ଶୁଭାରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 5ଟି ଜିଲ୍ଲାକୁ ବହି ଯୋଗାଇ ଦିଆଯିବ । ଯେଉଁଥିରେ କେନ୍ଦ୍ରାପଡା, ପୁରୀ, ଯାଜପୁର, କେନ୍ଦୁଝର, ଗଞ୍ଜାମ ଜିଲ୍ଲା ରହିଛି । ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ 5 କୋଟି 9 ଲକ୍ଷ ବହି ଯୋଗାଇ ଦିଆଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 3 ଲକ୍ଷ 50 ହଜାର ମାଗଣା ବହି ଯୋଗାଇ ଦିଆଯିବ । ଏହା ଦ୍ବାରା 2020-21 ଆର୍ଥିକ ବର୍ଷ ଆରମ୍ଭରେ ପ୍ରତ୍ୟେକ ଜିଲ୍ଲାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାମାନଙ୍କ ପାଖରେ ନୂତନ ପାଠ୍ୟପୁସ୍ତକ ପହଞ୍ଚିପାରିବ ବୋଲି ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା 1 କୋଟି 12 ଲକ୍ଷ ପାଠ୍ୟପୁସ୍ତକ ଛପା ହୋଇସାରିଛି । ଯାହା ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାକୁ ପଠାଯିବ । ଅବଶିଷ୍ଟ ପାଠ୍ୟ ପୁସ୍ତକ ଛପା ହେବା ନେଇ ପଦକ୍ଷେପ ନିଆଯାଉଛି । ଏପ୍ରିଲ 1ରେ ନୂତନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ 31 ସୁଧା ସମସ୍ତ ସରକାରୀ ସ୍କୁଲ ଗୁଡିକୁ ଏହି ବହି ପହଞ୍ଚିଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।

ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଛପାଯାଇ ବଣ୍ଟନ କରାଯିବ । ପ୍ରକାଶ ଯେ, ବିଗତ ବର୍ଷ ବହି ଅଭାବ କାରଣରୁ ଅସନ୍ତାଷ ପ୍ରକାଶ ପାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ଭୂଲର ପୁନରାବୃତ୍ତି ହେବନାହିଁ । ପାଠ୍ୟ ପୁସ୍ତକ ବିତରଣ ଶୁଭାରମ୍ଭରେ ଭୁବନେଶ୍ବର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ପାଠ୍ୟପୁସ୍ତକ ପ୍ରକାଶନ ଓ ବିତରଣ ନିର୍ଦ୍ଦେଶକ ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର, ଏଲିମେଣ୍ଟାରୀ ନିର୍ଦ୍ଦେଶକ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତିଙ୍କ ସମେତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବିକାଶ ଦାସ, ଇଟିଭି ଭାରତ

Last Updated : Nov 22, 2019, 7:56 PM IST

ABOUT THE AUTHOR

...view details