ଓଡିଶା

odisha

ETV Bharat / city

ଚାକିରି ନାଁରେ ଅନଲାଇନ ଠକେଇ, କ୍ରାଇମବ୍ରାଞ୍ଚର ସତର୍କ ଆଡଭାଇଜାରି - ଅନଲାଇନରେ ଚାକିରୀ ନାଁରେ ଠକେଇ

ଅନଲାଇନ ଜବ ଅଫର ଆସୁଛି କି ? ହୁସିଆର ମୌକା ଦେଖି ଚୌକା ପିଟିବାକୁ ତୟାର ଅଛନ୍ତି ସାଇବର ଠକ। ଆପଣଙ୍କର ଦୁର୍ବଳତାର ଫାଇଦା ନେଇ ହୋଇପାରନ୍ତି ଠକାମିର ଶିକାର । କାରଣ ଏପରି କିଛି ସତର୍କ ଘଣ୍ଟି ଜାରି କରିଛି ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଟିମ। ଏନେଇ ଏକ ଆଡଭାଇଜାରି ଜାରି କରାଯାଇଛି। ସମସ୍ତ ଜିଲ୍ଲାର ଏସପି ଓ ଡିସିପି ମାନଙ୍କୁ ଏନେଇ ଧ୍ୟାନ ଦେବାକୁ କୁହାଯାଇଛି।

ଅନଲାଇନରେ ଚାକିରୀ ନାଁରେ ଠକେଇ, କ୍ରାଇମବ୍ରାଞ୍ଚର ସତର୍କ ଆଡଭାଇଜାରି
ଅନଲାଇନରେ ଚାକିରୀ ନାଁରେ ଠକେଇ, କ୍ରାଇମବ୍ରାଞ୍ଚର ସତର୍କ ଆଡଭାଇଜାରି

By

Published : Aug 21, 2020, 7:08 AM IST

Updated : Aug 21, 2020, 7:21 AM IST

ଭୁବନେଶ୍ବର: ହୁସିଆର ଅନଲାଇନ ଜବ ଅଫର ଆସୁଛି କି ? ନିର୍ଦ୍ଦିଷ୍ଟ ୱେବସାଇଟ ଜରିଆରେ ଜବ ପାଇଁ ରେଜିଷ୍ଟ୍ରସନ ବା ପେମେଣ୍ଟ ପାଇଁ ସୂଚିତ କରାଯାଉଛି କି ? ହୁସିଆର ମୌକା ଦେଖି ଚୌକା ମାରିବାକୁ ତୟାର ଅଛନ୍ତି ସାଇବର ଠକ।

ଆପଣଙ୍କର ଦୁର୍ବଳତାର ଫାଇଦା ନେଇ ହୋଇପାରନ୍ତି ଠକାମିର ଶିକାର । କାରଣ ଏପରି କିଛି ସତର୍କ ଘଣ୍ଟି ଜାରି କରିଛି ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଟିମ। ଏନେଇ ଏକ ଆଡଭାଇଜାରି ଜାରି କରାଯାଇଛି। ସମସ୍ତ ଜିଲ୍ଲାର ଏସପି ଓ ଡିସିପି ମାନଙ୍କୁ ଏନେଇ ଧ୍ଯାନ ଦେବାକୁ କୁହାଯାଇଛି।

ଅନଲାଇନରେ ଚାକିରି ନାଁରେ ଠକେଇ, କ୍ରାଇମବ୍ରାଞ୍ଚର ସତର୍କ ଆଡଭାଇଜାରି

ଏପରିକି କିଛି ନିର୍ଦ୍ଦିଷ୍ଟ ଫେକ ୱେବସାଇଟ ଜରିଆରେ ଜବ ଅଫର ନାରେ ଠକେଇ କରୁଛନ୍ତି। ଏପରିକି ଜବ ପାଇଁ ମାତ୍ର ୧୦ ଟଙ୍କାର ରେଜିଷ୍ଟ୍ରେସନ ଆଳରେ ଚୋରି କରୁଛନ୍ତି କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ଭଳି ଅନଲାଇନ ଟ୍ରାନଜାକ୍ସନ ଓ ପିନ ନମ୍ବର । ଯାହାର ସୁରାକ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ ଏପରି ଏକ ୱେବସାଇଟ www.shinejob.tech ଏପରି ଠକେଇ କରୁଥିବା ଜାଣିବାକୁ ପାଇଛି ଟିମ।

ଅନଲାଇନରେ ଚାକିରୀ ନାଁରେ ଠକେଇ, କ୍ରାଇମବ୍ରାଞ୍ଚର ସତର୍କ ଆଡଭାଇଜାରି

ଏନେଇ ଆଡଭାଇଜାରି ଜରିଆରେ ସଚେତନ ପାଇଁ ସତର୍କ କରାଇଛି। ତେବେ ସହଜରେ ଅଜଣା ୟୁଆରଏଲରେ ବିଶ୍ବାସ କରନ୍ତୁ ନାହିଁ କି କ୍ଲିକ କରି ରେଜିଷ୍ଟ୍ରେସନ କରନ୍ତୁ ନାହିଁ। ଡୋମେନ ନେମ ବା ୱେବସାଇଟର ନାମକୁ ସଠିକ ଭାବେ ପରଖନ୍ତୁ ।

କାରଣ ଗୋଟିଏ ବି ଚିହ୍ନ ବା ଲେଟର ଜରିଆରେ ଭ୍ରମ ସୃଷ୍ଟି କରି ବିଶ୍ବାସଯୋଗ୍ଯ ଥିବା ୱେବସାଇଟ ଭଳି ଅବିକଳ ନାମରେ ଲୁଟର ମାୟାଜାଲରେ ଫସିପାରନ୍ତି । କ୍ରେଡିଟ କାର୍ଡ ବା ଡେବିଟ କାର୍ଡ ସହ ୟୁପିଆଇ ପେମେଣ୍ଟ ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଏପରି ପିନ ବା ସିଭଭି ନମ୍ବର ମାଗିଲେ ଦିଅନ୍ତୁ ନାହିଁ। କାରଣ କୌଣସି ସଂସ୍ଥା ଏପରି ମାଗନ୍ତି ନାହିଁ।

ସେହିପରି ରେଜିଷ୍ଟ୍ରସନ ଫି ବା ୧୦ ଟଙ୍କା ବା ତାଠାରୁ କମ ରେ ରେଜିଷ୍ଚ୍ରସନ କରାଇବାର ଲୋଭକୁ ଠକାମିର ମାୟାଜାଲ ଭାବି ପରଖି ନିଅନ୍ତୁ ନଚେତ ଏଭଳି ଟ୍ରାନାଜାକ୍ସନଠୁ ଦୁରରେ ରୁହନ୍ତୁ। ସତର୍କ ରହିଲେ ଠକାମୀରୁ ବଞ୍ଚିତ ହୋଇପାରିବେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 21, 2020, 7:21 AM IST

ABOUT THE AUTHOR

...view details