ଓଡିଶା

odisha

ETV Bharat / city

ଅନଲାଇନ ଡିଏଲ ଆବେଦନରେ ଦଲାଲଗିରି - ଅନଲାଇନ ଦଲାଲ

ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରି ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ବରର ଜଣେ ବ୍ୟକ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅନଲାଇନ ଡିଏଲ ଆବେଦନରେ ଦଲାଲଗିରି

By

Published : Nov 2, 2019, 8:01 PM IST

ଭୁବନେଶ୍ବର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆରଟିଓ ଅଫିସରେ ଦଲାଲମୁକ୍ତ ହେବା ପରେ ମାତିଛନ୍ତି ସାଇବର ଲୁଟେରା। ଫଳରେ ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରି ଠକାମୀର ଶିକାର ହୋଇଛନ୍ତି ସାଧାରଣ ଲୋକେ।

ଭୁବନେଶ୍ବରରେ ରହୁଥିବା ଜ୍ଞାନରଞ୍ଜନ ଦାସ ନାମକ ଏକ ବ୍ୟକ୍ତି ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଠକାମୀର ଶିକାର ହୋଇଛନ୍ତି। ସରକାରଙ୍କ ଭଳି ଅବିକଳ ଫେକ ୱେବସାଇଟ କରି ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଟଙ୍କା ଠକି ନେଉଛନ୍ତି ଅନଲାଇନ ଲୁଟେରା।

ଅନଲାଇନ ଡିଏଲ ଆବେଦନରେ ଦଲାଲଗିରି

ଗୁଗୁଲକୁ ଯାଇ ଡ୍ର।ଇଭିଙ୍ଗ ଲାଇସେନ୍ସ ସର୍ଚ୍ଚ କଲେ ଇ-ଡ୍ର।ଇଭିଙ୍ଗ ଲାଇସେନ୍ସର ଏକ ପେଜ ଖୋଲୁଛି। ଯାହା ଅବିକଳ ସରକାରଙ୍କ ପେଜ ଭଳି ଦେଖାଯାଉଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଠୁ ଆରମ୍ଭ କରି ସ୍ବଚ୍ଛ ଭାରତର ଲୋଗୋ ଏଥିରେ ରହିଛି । ଯିଏ କେହିବି ଦେଖିଲେ ଲାଗିବ ଏହା ଏକ ସରକାରୀ ପେଜ। ହେଲେ ଅସଲରେ ବାସ୍ତବତା କିଛି ଅଲଗା । ଗୋଟିଏ ପଟେ ଏହି ପେଜ ଖୋଲିବା ପରେ ସଙ୍ଗେ ସଙ୍ଗେ ଆପଣଙ୍କୁ ସବୁ ଡାଟା ମାଗୁଛି, ଆଉ ସବୁ ଡାଟା ପୁରଣ କଲା ପରେ ଆପଣଙ୍କ ସମ୍ମୁଖରେ ପେମେଣ୍ଟ ଅପସନ ଆସିବ। ପେମେଣ୍ଟ ଅପସନ କ୍ଲିକ କଲା ପରେ 1950 ଟଙ୍କା ଆକାଉଣ୍ଟରୁ କଟିଯାଉଛି । ହେଲେ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସ ଆସୁନାହିଁ। ଏନେଇ ସରକାର କିଛି ପଦକ୍ଷେପ ନେବାକୁ ଲୋକେ କହିଛନ୍ତି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details