ଭୁବନେଶ୍ବର: ଭାଇର ବାହାଘର ଭଉଣି ସାଜୁଥିଲା ମଧ୍ୟସ୍ଥ । ଭାଉଜର ହାତଗଣ୍ଠିଠୁ ଭାଇର ରିସେପ୍ସନ ସମ୍ଭାଳୁଥିଲା ଠକ ଭଉଣୀ । ନଣନ୍ଦପୁଟୁଳି ଆକାରରେ ଟଙ୍କାଠୁ ଗହଣା ସହ ଭାଉଜକୁ ଲୁଟିବାକୁ ଭାଇର ସାଥ ଦେଉଥିଲା ସାବତ ଭଉଣୀ । ଗୋଟିଏ ପରେ ଗୋଟିଏ ମହିଳାଙ୍କୁ ବିବାହ ଆଳରେ ଠକେଇରେ ଭାଇସହ ସାମିଲ ଥିବାରୁ ଠକ ଭଉଣୀ ରଶ୍ମିତାକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ କୋର୍ଟ ଚଲାଣ କରାଯାଇଛି ।
ସେହିପରି ଭାଇ ତଥା ଠକ ନକଲି ଡାକ୍ତର ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରାଯାଇଛି । ସେପଟେ ଅଧିକ ପଚରାଉଚରା ପାଇଁ ପୁଣି ଥରେ ରିମାଣ୍ଡରେ ନେଇପାରେ ପୋଲିସ । କାରଣ ପୋଲିସ ହାତରେ ଲାଗିଛି ଠକ ଡାକ୍ତରର ପର୍ଯ୍ୟାପ୍ତ ସମ୍ପତ୍ତିର ସୁରାକ । ଖୁଣ୍ଟୁଣିରେ ୧୫ରୁ ୨୦ ଏକର ଏକ ଫାର୍ମ ହାଉସ ଠାବ କରିଛି ପୋଲିସ । ସେହିପରି ଫାର୍ମ ହାଉସଟି ଦୀତିୟ ପତ୍ନୀଙ୍କ ନାମରେ ଥିବାରୁ ଠକେଇ ପଛରେ ୨ୟ ପତ୍ନୀର ଭୂମିକାର ସୁରାକ ଲାଗିଛି ପୋଲିସ ହାତରେ ।