ଓଡିଶା

odisha

ETV Bharat / city

ବିଶ୍ବାସ ନାଁରେ ବେଇମାନୀ, ଜାଲିଆତି କରି ଜ୍ୟୋତିଷ ଗିରଫ

ଜ୍ୟୋତିଷ ନାଁରେ କଳଙ୍କ । ବିଶ୍ବାସ ଜିତି ଠକି ନେଲେ ଟଙ୍କା । ଅଭିଯୋଗ ପରେ ପୋଲିସ କଲା ଗିରଫ ।

By

Published : Jun 10, 2019, 6:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜ୍ୟୋତିଷଙ୍କ କଳା କାରନାମା । ପ୍ରଥମେ ବିଶ୍ବାସ ଜନ୍ମାଇଲେ । ପରେ ନିକଟତର ହେଲେ । ଶେଷରେ ଠକି ନେଲେ ଲକ୍ଷାଧିକ ଟଙ୍କା । ରାଜଧାନୀ ଉପକଣ୍ଠରେ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଠକ ଜ୍ୟୋତିଷ ବିଶ୍ବଜ୍ୟୋତି ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଘଟଣା ଅନୁଯାୟୀ, ବିଶ୍ବଜ୍ୟୋତି ଅରବିନ୍ଦ ମହାନ୍ତି ନିଜକୁ ଜ୍ୟୋତିଷର ପରିଚୟ ଦେଇ ରାଜଧାନୀର ଗିରିଧାରୀ ଲାଲ ଅଗ୍ରୱାଲଙ୍କ ପରିବାରର ନିକଟତର ହୋଇଥିଲେ । ପରେ ବିଭିନ୍ନ ବାହାନା ଦେଖାଇ ସୁଧରେ ପ୍ରଥମେ 15 ଲକ୍ଷ ଟଙ୍କା ଓ ପରେ ଆଉ 4 ଲକ୍ଷ ଟଙ୍କା ନେଇଥିଲେ ଅରବିନ୍ଦ ।

ତେବେ ଗିରିଧାରୀ ସନ୍ୟାସୀ ହୋଇଥିବାରୁ ତାଙ୍କ ପତ୍ନୀଙ୍କ ସହ ଅରବିନ୍ଦ ଅଧିକ ମିଳାମିଶା ମଧ୍ୟ ଆରମ୍ଭ କରିଦେଇଥିଲେ । ଏହା ପରେ ସେମାନଙ୍କର ଘର ଓ ଗାଡି ନିଜ ନାମରେ କରିନେଇଥିଲେ ଅରବିନ୍ଦ । ପରେ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହିତ ତାଙ୍କୁ ମାରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଗିରିଧାରୀ ।

ତେବେ ଲକ୍ଷ୍ମୀସାଗର ଥାନାରେ ଏପରି ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଅରବିନ୍ଦଙ୍କୁ ଗିରଫ କରିଛି । ଏହା ସହ ଅରବିନ୍ଦ ଠାରୁ କିଛି କାଗଜପତ୍ର ସହ ଗାଡି ଓ କିଛି ଟଙ୍କା ମଧ୍ୟ ପୋଲିସ ଜବତ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details