ଓଡିଶା

odisha

ETV Bharat / city

Panchayat Polls: 12ଟା ସୁଦ୍ଧା 45 ପ୍ରତିଶତରୁ ଅଧିକ ମତଦାନ

Panchayat Polls ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ
Panchayat Polls ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ

By

Published : Feb 22, 2022, 6:50 AM IST

Updated : Feb 22, 2022, 3:04 PM IST

13:08 February 22

12ଟା ସୁଦ୍ଧା 45 ପ୍ରତିଶତରୁ ଅଧିକ ମତଦାନ

ଭୁବନେଶ୍ବର: ମଧ୍ୟାହ୍ନ 12 ଟା ସୁଦ୍ଧା 45 ପ୍ରତିଶତରୁ ଅଧିକ ମତଦାନ ହୋଇଛି । ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଆରଏନ ସାହୁ ।

11:52 February 22

ନୀଳଗିରି, ଔପଦା ଓ ବାହାନଗା ବ୍ଲକରେ ମତଦାନ ଜାରି

ବାଲେଶ୍ଵର: ନୀଳଗିରି, ଔପଦା ଓ ବାହାନଗା ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଔପଦା ବ୍ଲକର ତଲକିଆ ପଞ୍ଚାୟତର ଜଗନ୍ନାଥପୁର ବୁଥରେ ନିଜ ମତ ସାବ୍ୟସ୍ତ କରିବା ନେଇ ଭୋଟର ଲମ୍ବାଲାଇନରେ ଛିଡା ହୋଇଛନ୍ତି। ତେବେ ମତଦାନ ଚାଲିଥିବା ବେଳେ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

11:52 February 22

ଦିନ 10ଟା ସୁଦ୍ଧା ରଘୁନାଥପୁରରେ 22% ଓ କୁଜଙ୍ଗ ବ୍ଲକରେ 27 % ମତଦାନ

ଜଗତସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ରଘୁନାଥ ପୁର ଓ କୁଜଙ୍ଗ ବ୍ଲକରେ ଜାରି ରହିଛି। କୁଜଙ୍ଗ ବ୍ଲକର 4 ଟି ଜିଲ୍ଲାପରିଷଦ ଜୋନ ସମେତ28 ଟି ପଞ୍ଚାୟତ ପାଇଁ 1218 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 1 ଲକ୍ଷ 38 ହଜାର ମତଦାତା। ସେହିପରି ରଘୁନାଥପୁର ବ୍ଲକର ଦୁଇ ଜିଲ୍ଲାପରିଷଦ ଆସନ ସହ 19 ଟି ପଞ୍ଚାୟତ ପାଇଁ 5ଶହ 13 ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ 79000 ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ଥ କରିବେ। ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦିନ 10 ସୁଦ୍ଧା ରଘୁନାଥ ପୁର ରେ 22%ମତଦାନ ହୋଇ ଥିବା ବେଳେ କୁଜଙ୍ଗ ବ୍ଲକ ରେ 27 ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଖବର ମିଳିଛି।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

11:52 February 22

କିଶୋରନଗର ଏବଂ ତାଳଚେର ବ୍ଲକରେ ମତଦାନ ଜାରି

କିଶୋରନଗର ଏବଂ ତାଳଚେର ବ୍ଲକରେ ମତଦାନ ଜାରି

ଅନୁଗୋଳ: କିଶୋରନଗର ଏବଂ ତାଳଚେର ବ୍ଲକରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ। କିଶୋରନଗର ବ୍ଲକରେ ଆଜି ୩ଟି ଜିଲ୍ଲାପରିଷଦ ଜୋନରେ ୧୧ଜଣ ପ୍ରାର୍ଥୀ, ୨୩ଟି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୧୦୧ ଜଣ ପ୍ରାର୍ଥୀ, ୨୩ଟି ସମିତିସଭ୍ୟ ପଦବୀ ପାଇଁ ୮୦ଜଣ ପ୍ରାର୍ଥୀ ଏବଂ ୨୮୪ଟି ୱାର୍ଡ ମେମ୍ବର ପଦବୀ ପାଇଁ ୪୩୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଛି। ମୋଟ ୬୨୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ପତିଦ୍ବନ୍ଦିତା କରୁଛନ୍ତି। ଏହି ବ୍ଲକର ୮୩୧୫୪ ଜଣ ଭୋଟର ୨୮୪ଟି ବୁଥରେ ସେମାନଙ୍କ ମତଦାନ କରୁଛନ୍ତି। ସେହିପରି ତାଳଚେର ବ୍ଲକରେ ୪ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ୧୬ଜଣ ପ୍ରାର୍ଥୀ, ୨୧ଟି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୯୭ ଜଣ ପ୍ରାର୍ଥୀ , ୨୧ଟି ସମିତି ସଭ୍ୟ ପଦବୀ ପାଇଁ ୬୨ଜଣ ପ୍ରାର୍ଥୀ ଏବଂ ୩୭୦ଟି ୱାର୍ଡ ମେମ୍ବର ପଦବୀ ପାଇଁ ୪୬୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ଏହି ବ୍ଲକରେ ମୋଟ ୬୩୬ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ନିର୍ବାଚନ ଲଢ଼ୁଛନ୍ତି। ମୋଟ ୧୧୨୭୩୨ଜଣ ଭୋଟର ୩୦୫ଟି ବୁଥରେ ସେମାନଙ୍କ ମତଦାନ କରୁଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

11:51 February 22

ଧନକଉଡା ଓ ବାମରା ବ୍ଲକରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା

ସମ୍ବଲପୁର: ଧନକଉଡା ଓ ବାମରା ବ୍ଲକର ମୋଟ 4 ଟି ଜୋନରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଧନକଉଡା ବ୍ଲକରେ 9 ଟି ଗ୍ରାମ ପଞ୍ଚାୟତର 125 ଟି ମତଦାନ କେନ୍ଦ୍ର ରେ ମତସାବ୍ୟସ୍ତ କରୁଛନ୍ତି ମତଦାତା ।ଏ ହି ବ୍ଲକ ରେ ମୋଟ 44,461 ମତଦାତା ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ସେହିପରି ବାମରା ବ୍ଲ ର 2 ଟି ଜୋନ ରେ 17 ଟି ଗ୍ରାମପଞ୍ଚାୟତ ଥିବା ବେଳେ 216 ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଠାରେ ମୋଟ75,154 ଭୋଟର ରହିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

11:05 February 22

ସକାଳ 11ଟା ସୁଦ୍ଧା 36 ପ୍ରତିଶତ ମତଦାନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି । ସକାଳ 11ଟା ସୁଦ୍ଧା 36 ପ୍ରତିଶତ ମତଦାନ । କୋଭିଡ ଗାଇଡଲାଇନ ମାନି ଭୋଟ ଦେଉଛନ୍ତି ଭୋଟର ।

10:58 February 22

ଦାନଗଦି ଏବଂ ସୁକିନ୍ଦା ବ୍ଲକରେ ଭୋଟଗ୍ରହଣ ଜାରି

ଯାଜପୁର: ଦାନଗଦି ଏବଂ ସୁକିନ୍ଦା ବ୍ଲକରେ ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି । ସକାଳୁ ୭ଟାରୁ ବୁଥ ରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦାନଗଦି ବ୍ଲକରେ ନିର୍ବାଚନକୁ ସୁପରିଚାଳନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆଙ୍କ ତତ୍ତ୍ବାବଧାନରେ ଦାନଗଦି ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ଡ଼ଃ ମଣିପ୍ରସାଦ ମିଶ୍ର ନିର୍ବାଚନ ପରିଚାଳନା କରୁଛନ୍ତି । ଦାନଗଦି ବ୍ଲକର 25ଟି ପଞ୍ଚାୟତରେ 311ଟି ଭୋଟ କେନ୍ଦ୍ରରେ 91ହଜାର 427ଜଣ ଭୋଟର ମତଦାନ କରିବେ । ଭୋଟକେନ୍ଦ୍ର ଗୁଡିକର ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

10:57 February 22

ବାଲିପାଟଣା ବ୍ଲକରେ ମତଦାନ ଜାରି

ବାଲିପାଟଣା ବ୍ଲକରେ ମତଦାନ ଜାରି

ନିଆଳି:ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ ଥିବା ୧୪ ଗୋଟି ପଞ୍ଚାୟତ ପାଇଁ ୨୪୫ ବୁଥରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି । ତିନୋଟି ଜିଲ୍ଲା ପରିଷଦ ଜୋନ,୧୪ ଟି ସରପଞ୍ଚ, ସମିତି ସଭ୍ୟ ଓ ୨୪୫ ଟି ଓ୍ବାର୍ଡ ସଭ୍ୟ ପାଇଁ ଭୋଟ ଦଉଛନ୍ତି ଭୋଟର।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

09:48 February 22

ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକରେ ମତଦାନ ଜାରି

ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି । ଦୁଇଟି ବ୍ଲକ ଅଧୀନ ୫ଟି ଜିଲ୍ଲା ପରିଷଦ ଜୋନ୍‌ର ୩୬୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ଲକ୍ଷ୪୦ହଜାର ଭୋଟର। ପାପଡାହାଣ୍ଡି ବ୍ଳକରେ ୩ଟି ଜିଲ୍ଲା ପରିଷଦ ଜୋନ୍ ରହିଛି, ଏଥିପାଇଁ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି, ୨୩ଟି ପଞ୍ଚାୟତ ପାଇଁ ୬୨ ଜଣ ସମିତି ସଭ୍ୟ,୬୫ ଜଣ ସରପଞ୍ଚ ପ୍ରାର୍ଥୀ ମଇଦାନରେ ଅଛନ୍ତି । ୨୮୦ଜଣୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୮୨ଜଣ ପ୍ରତିଦ୍ୱନ୍ଧିତା କରୁଛନ୍ତି । ସେହିପରି ଡାବୁଗାଁ ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ୮ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ୧୨ଟିପଞ୍ଚାୟତରେ ୩୪ଜଣ ସମିତିସଭ୍ୟ ପ୍ରାର୍ଥୀ ଓ ୩୬ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢୁ ଛନ୍ତି । ୧୪୧ଜଣଙ୍କମଧରୁ ୬୫ଜଣ ୱାର୍ଡ ସଭ୍ୟ ମଇଦାନକୁ ଓହ୍ଲାଇଛନ୍ତି । ଦୁଇଟି ବ୍ଲକରେ ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନପକ୍ଷରୁ ୧ହଜାର ୩୮୯ ଜଣକର୍ମଚାରୀଙ୍କୁ ନିୟୋଜିତକରାଯାଇଛି । ଶୃଙ୍ଖଳା ରକ୍ଷାପାଇଁ ଜଣେ ସବ୍‌ଇନ୍ସପେକ୍ଟର,୯ଜଣ ଏଏସ୍ଆଇ, ୨୭ଜଣ କନେଷ୍ଟବଳଙ୍କ ସମେତ୩୯୪ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

09:48 February 22

ସକାଳ ୯ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି । ସକାଳ ୯ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ । କୋଭିଡ ଗାଇଡଲାଇନ ମାନି ଭୋଟ ଦେଉଛନ୍ତି ଭୋଟର ।

09:27 February 22

କାଶୀନଗର ଓ ଗୁମ୍ମା ବ୍ଲକରେ ମତଦାନ ଆରମ୍ଭ

କାଶୀନଗର ଓ ଗୁମ୍ମା ବ୍ଲକରେ ମତଦାନ ଆରମ୍ଭ

ଗଜପତି: କାଶୀନଗର ଓ ଗୁମ୍ମା ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଲୋକେ ଶାନ୍ତି ଶୃଙ୍ଖଳାରେ ଆସି ନିଜର ମତ ସାବ୍ୟସ୍ତ କରୁଛନ୍ତି। କାଶୀନଗର ବ୍ଲକରେ ୧୨ଟି ପଞ୍ଚାୟତ ରହିଥିବା ବେଳେ ୨ଟି ଜିଲ୍ଲା ପରିଷଦ ଜୋନ ରହିଛି। ସେହିପରି ଗୁମ୍ମା ବ୍ଲକରେ ୨୦ଟି ପଞ୍ଚାୟତ ରହିଥିବା ବେଳେ ୨ଟି ଜିଲ୍ଲା ପରିଷଦ ଜୋନ ରହିଛି। କାଶୀନଗର ବ୍ଲକର ୧୬୦ ଏବଂ ଗୁମ୍ମା ବ୍ଲକର ୨୪୦ଟି କେନ୍ଦ୍ରରେ ଭୋଟ ଗ୍ରହଣ ଜାରି ରହିଛି। ଏହି ଦୁଇ ବ୍ଲକର ୩୧ପଞ୍ଚାୟତ ପାଇଁ ୧୧୧ଜଣ ସରପଞ୍ଚ ଏବଂ ୯୬ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି। କାଶୀନଗର ବ୍ଲକର ସିଧାମଡଙ୍ଗ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ସେହିଭଳି ୪ଟି ଜୋନ ପାଇଁ ୧୫ଜଣ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ଲକ୍ଷ ୬ହଜାର ୩୭ଜଣ ଭୋଟର।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

09:26 February 22

କେନ୍ଦ୍ରାପଡା ଓ ଗରଦପୁର ବ୍ଲକରେ ମତଦାନ ଆରମ୍ଭ

କେନ୍ଦ୍ରାପଡା ଓ ଗରଦପୁର ବ୍ଲକରେ ମତଦାନ ଆରମ୍ଭ

କେନ୍ଦ୍ରାପଡ଼ା: ଆଜି ଜିଲ୍ଲାର ୨ଟି ବ୍ଲକରେ ଆରମ୍ଭ ବୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତର ୪୨୯ଟି ବୁଥରେ ୧୦୨୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ଗରଦପୁର ବ୍ଲକର ୧୮ଟି ପଞ୍ଚାୟତର ୨୮୦ଟି ବୁଥରେ ୭୨୫ଜଣ ପ୍ରାର୍ଥୀ ମତଦାନ କରିବେ। ମତଦାନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୭ରୁ ଏହି ମତଦାନ ଆରମ୍ଭ ହୋଇଛି। ୨ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

09:25 February 22

କଙ୍କଡାହାଡ଼ ଓ ଭୁବନ ବ୍ଲକରେ ମତଦାନ ଆରମ୍ଭ

ଢେଙ୍କାନାଳ: କଙ୍କଡାହାଡ଼ ଓ ଭୁବନବ୍ଲକର ମୋଟ ୩୯ପଞ୍ଚାୟତରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଜିଲ୍ଲାର ମୋଟ ୮ଟି ବ୍ଲକ ରୁ ୬ଟି ବ୍ଲକ ରେ ପୂର୍ବରୁ ଭୋଟ ଗ୍ରହଣ ସାରିଯାଇଥିବାରୁ ଏହି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣର ଅନ୍ତିମ ପର୍ଯ୍ୟାୟ । କଙ୍କଡାହାଡ଼ ବ୍ଲକ ର ୨୧ଟି ଓ ଭୁବନ ବ୍ଲକ ର ୧୮ ପଞ୍ଚାୟତରେ ଭୋଟ ଗ୍ରହଣ ଜାରି ରହିଛି। ଉଭୟ ବ୍ଲକର ମୋଟ ୩୯ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପାଇଁ ୩୯ଟି, ଜିଲ୍ଲାପରିଷଦ ପାଇଁ ୬ଟି ଓ ୱାର୍ଡ ମେମ୍ବର ୫୩୪ଟି ଆସନ ପାଇଁ ପ୍ରାର୍ଥୀ ମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗ୍ରାମବାସୀ ରାସ୍ତା ଓ ମୋବାଇଲ ନେଟୱର୍କ ଦାବିରେ ଭୋଟ ବର୍ଜନ କରିଥିବାରୁ ମୋଟ ୫୩୪ଟି ବୁଥରୁ ଗୋଟିଏ ବୁଥ କୁ ଛାଡି ଅନ୍ୟ ସମସ୍ତ ବୁଥରେ ମତଦାନ ଜାରି ରହିଛି । ତେବେ ସେଥି ମଧ୍ୟରୁ ୭୧ଟି ବୁଥ ସମ୍ବେଦନଶୀଳ ରହିଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା କଡା ବ୍ୟବସ୍ଥା କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

08:34 February 22

ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ମତଦାନ ଆରମ୍ଭ

ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ମତଦାନ ଆରମ୍ଭ

କଳାହାଣ୍ଡି: ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ଆରମ୍ଭ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସୁରକ୍ଷାକୁ ଦୃଷ୍ଟିର ରଖି ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ୨ଟି ବ୍ଲକର ୬ ଟି ଜୋ ରେ ହେଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଭବାନୀପାଟଣା ବ୍ଲକର ୪୪୧ ଟି ବୁଥ ରେ ୧ ଲକ୍ଷ ୨୫ ହଜାର ୩୭୧ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି । ସେହିଭଳି ଲାଞ୍ଜିଗଡ଼ ବ୍ଲକର ୩୦୬ ଟି ବୁଥ ରେ ୫୯ ହଜାର ୭୮୮ ଜଣ ଭୋଟର ଦେଉଛନ୍ତି ଭୋଟ ।

ଉଊୟ ବ୍ଲକରେ ୫୩ ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୨୦ ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ଏନେଇ ୧୦ ଟି ମୋବାଇଲ ପେଟ୍ରୋଲିଂ ଟିମ ଓ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

06:27 February 22

Panchayat Polls: ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ବୁଥରେ ଆରମ୍ଭ ହୋଇଯାଇଛି ମତଦାନ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏଁ ଜାରି ରହିବ । ନିଜ ମନ ପସନ୍ଦର ପ୍ରାର୍ଥୀକୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ମତଦାତା । ଆଜି ୧୫୦୮ ପଦ ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକରେ ମତଦାନ ଆରମ୍ଭ ହୋଇଛି । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Last Updated : Feb 22, 2022, 3:04 PM IST

ABOUT THE AUTHOR

...view details