ଭୁବନେଶ୍ବର :ଓଡିଶା ର ଗଣପର୍ବ ରଜ । ଆଉ ରଜ ଆସିଲେ ମଉଜ ସହ ଟିକେ ସିନେମା ଦେଖା ହେଲେ ମଉଜ ବା ଖୁସିଟା ଦ୍ବିଗୁଣିତ ହୁଏ । ଏଥର ରଜରେ ହଲକୁ ଆସିଛି ୪ଟି ଓଡ଼ିଆ ଚଳଚ୍ଚିତ୍ର । ଆଉ ଏହି ଚଳଚ୍ଚିତ୍ର ଭିତରେ ବାବୁସାନ, ସ୍ୱରାଜ, ଅମ୍ଳାନ ଏବଂ ସମ୍ବିତଙ୍କ ଭିତରେ ହେବ ଲଢେଇ । କିନ୍ତୁ ଚଳିତ ବର୍ଷ ଲଢେଇରୁ ବାଦ ପଡିଛନ୍ତି ଅନୁଭବ ମହାନ୍ତି ।
ଏଥର ରଜରେ ବାବୁସାନଙ୍କ ଅଭିନୀତ ପ୍ରେମମ, ସ୍ୱରାଜ ଶିବାନିଙ୍କ ଅଭିନିତ ଫିଲ୍ମ ଦିଲ ମୋର ମାନେନା, ସମ୍ବିତଙ୍କ ଅଭିନିତ ବିଶ୍ୱନାଥ ଏବଂ ଅମ୍ଳାନଙ୍କ ଫିଲ୍ମ ଗୁପଚୁପ ରିଲିଜ ହୋଇଯାଇଛି । ଏହି ୪ଟି ଫିଲ୍ମ ଦର୍ଶକଙ୍କୁ ରଜରେ ମନୋରଞ୍ଜନର ଖୋରାକ ଦେବ ବୋଲି ଆଶାବାଦୀ ଅଛନ୍ତି ନିର୍ଦେଶକ ଏବଂ ପ୍ରଯୋଜକ ।