ଓଡିଶା

odisha

ETV Bharat / city

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ 4ଟି ବିଭାଗ ନେଇଛି ବ୍ୟାପକ ପଦକ୍ଷେପ - combat Corona

କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ 4ଟି ବିଭାଗରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ତେବେ କଣ ରହିଛି ଏହି ସବୁ ପଦକ୍ଷେପ ଜାଣିବା ପାଇଁ ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ 4ଟି ବିଭାଗ ନେଇଛି ବ୍ୟାପକ ପଦକ୍ଷେପ
କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ 4ଟି ବିଭାଗ ନେଇଛି ବ୍ୟାପକ ପଦକ୍ଷେପ

By

Published : Apr 27, 2020, 8:24 PM IST

Updated : Apr 27, 2020, 8:57 PM IST

ଭୁବନେଶ୍ବର: ମହାମାରୀ କୋରୋନା ବିରୋଧରେ ଯୁଦ୍ଧ ଲଢୁଛି ସାରା ଦେଶ । ତେବେ ରାଜ୍ୟ ସରକାରଙ୍କର 4ଟି ବିଭାଗ ଗତ 48 ଘଣ୍ଟା ମଧ୍ୟରେ ବିଭିନ୍ନ ପଦକ୍ଷପ ଗ୍ରହଣ କରଛନ୍ତି ।

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ 4ଟି ବିଭାଗ ନେଇଛି ବ୍ୟାପକ ପଦକ୍ଷେପ
ସପ୍ଲାଇ ଚେନ କମିଟି

ପ୍ରତ୍ୟେକ ଅତ୍ୟାବଶ୍ୟକ ଜିନିଷକୁ ତଦାରଖ କରାଯାଉଛି । କୋଲକତାରୁ ଆଳୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ପିଆଜ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରୁ ତେଲ ଓ ମହାରାଷ୍ଟ୍ରରୁ ଡାଲି ଆସିଥାଏ । ଏହାକୁ ନେଇ ସରକାର ବିଶେଷ ଭାବରେ ଧ୍ୟାନ ଦିଆଯାଉଛନ୍ତି । ପରିବା ବଜାର ଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯାଉଛି । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୂକ୍ତ 93 ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଓ ଗହମ ଯୋଗାଇଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା 2.42 ଲକ୍ଷ ହେଟ୍ରିକ ଟନ ଚାଉଳ, 745 ହେଟ୍ରିକ ଟନ ଡାଲି ସାଢେ 9 ଲକ୍ଷ ପରିବାରଙ୍କୁ ଦିଆସରିଛି । 91 ଲକ୍ଷ ପରିବାରଙ୍କୁ 910 କୋଟି ଟଙ୍କାର ନଗଦ ଏକ ହାଜର ଟଙ୍କା ଦିଆଯାଇଛି । 22 ମାର୍ଚ୍ଚ ପରେ 89 ହଜାର 457 ଜଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ଆଗାମୀ ଦିନ ମାନଙ୍କରେ ଲକ୍ଷ ରହିଛି ଯେ 17 ଜିଲ୍ଲାରେ ରବି ଫସଲ ଉପରେ ନଜର ରହିବ । 2020ର ଅତ୍ୟାବଶ୍ୟକ ଦରଦାମ, ପରିବହନ ବିକ୍ରି ସୁବିଧା ଉପରେ ଧ୍ୟାନ ଦିଆଯାଉଛି ।

କୃଷି ବିଭାଗ


30 ଜିଲ୍ଲାର ନୋଡାଲ ଅଫିସରଙ୍କ ସହ ଘନ ଘନ ବୈଠକ ଅନୁଷ୍ଠିତ ହୋଇଛି । 'ଓଡ଼ିହଟ' ମାର୍କେଟିଂର ଏକ ୱେବସାଇଟରେ ପଞ୍ଜୀକରଣ କରିଛନ୍ତି 72 ଘଣ୍ଟାରେ 500 ବ୍ୟବସାୟୀ ଓ 400 ଚାଷୀ । 171 ଚାଷୀ 3 ହଜାର କୁଇଣ୍ଟାଲରୁ ଅଧିକ କୃଷି ଜାତ ଦ୍ରବ୍ୟ ବିକ୍ରି କରିସାରିଲେଣି । ଏନେଇ ମଧ୍ୟ 9 ହଜାର ବିହନର ବ୍ୟବସ୍ତା କରାଯାଇଛି । ଆମ କୃଷି କାର୍ଯ୍ୟକ୍ରମରେ 796 ଜଣ ଫୋନ ଜରିଆରେ ନିଜର କୃଷି ସମସ୍ୟା ବୁଝିଛନ୍ତି । ଅଣସଟଡାଉନ ଜିଲ୍ଲାରେ 5ହଜାର 508ଟି ବିହନ ଦୋକାନୀ ଓ 11 ହଜର ସାର ଦୋକାନୀ ଖୋଲା ରହିଛି । କାଜୁ ବିକାଶ ନିଗମ ମାଧ୍ୟମରେ 72 ହଜାର ଟନ କଲମି କରିସାରିଲେଣି । 274 ଜଣ ଚାଷୀଙ୍କୁ 2 କୋଟି ଟଙ୍କାର ସପସିଡି ପହଞ୍ଚା ସରିଛି । ବର୍ଷା ଜନିତ ଫସଲ କ୍ଷତି ସମୀକ୍ଷା ପାଇଁ ଏକ କମିଟି ଗଠନ କରାଯାଇଥିବା ବେଲେ ମାଛ ଓ ଗୋପାଳନ ଉପରେ ଅଧିକ ଗୁରୁତ୍ବ ରହିଛି ।

ହାଉସିଂ ଅରବାନ ବିଭାଗ


114ଟି ପୋୖରାଞ୍ଚଳରେ 100 କୋଟି ପ୍ୟାକେଜ ଜରିଆରେ ସାଢ଼େ 4 ଲକ୍ଷ ଲୋକଙ୍କୁ କାମ ଯୋଗାଇବାକୁ ଲକ୍ଷ ରହିଛି । ଆହାର କେନ୍ଦ୍ରମାନଙ୍କୁ 1 ମାସରେ 10 ଲକ୍ଷରୁ ଅଧିକ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ 17.57 ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଇ ଦେଇଛି ଆହାରକେନ୍ଦ୍ର । ସେହିପରି 80 ଲକ୍ଷ 18 ହଜାର ଗ୍ରାମାଞ୍ଚଳରେ ରହିଥିବା ବନ୍ୟପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି । 65 ହଜାର ପଞ୍ଜୀକୃତଙ୍କ ମଧ୍ୟରୁ 30 ହଜାର ଲୋକଙ୍କୁ 3 ହଜର ଟଙ୍କା ହିସାବରେ 12 କୋଟି ଟଙ୍କା ବଣ୍ଟା ସରିଲାଣି ।

ପଞ୍ଚାୟତିରାଜ ବିଭାଗ


7 ହଜାର 102ଟି ମେଡିକାଲ ସେଣ୍ଟର ପ୍ରତି ପଞ୍ଚାୟତରେ ଖୋଲାଯାଇଛି । ସେଥିରେ 2 ଲକ୍ଷ 27 ହଜାର ଶଯ୍ୟା ପ୍ରସ୍ତୁତ କରାଯାଇଛି । ଫେରନ୍ତା ପଞ୍ଜୀକୃତଙ୍କ ପାଇଁ ପାଇଁ 6 ହଜାର 798ଟି ଗ୍ରାମପଞ୍ଚାୟତରେ ରିହବା ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 27, 2020, 8:57 PM IST

ABOUT THE AUTHOR

...view details