ଭୁବନେଶ୍ବର: ଖୋଲିବ ରକ୍ତଚରିତ୍ର ଗ୍ୟାଙ୍ଗର ଗୁମର । ଗିରଫ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ମିଳିଲା ପୋଲିସ ରିମାଣ୍ଡ । ଭିଡିଓ ଭାଇରାଲ କରି ଆତଙ୍କ ସୃଷ୍ଟି କରିଥିବା ରକ୍ତଚରିତ୍ର ଗ୍ୟାଙ୍ଗର ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ଆଣିବ । ଏହି ଅଭିଯୁକ୍ତମାନେ ହେଉଛନ୍ତି ସୁମନ କୁମାର ପରିଡା, ରାଜେଶ ବେହେରା ଓରଫ ଚେଙ୍ଗ, ସନାତନ ବେହେରା ଓରଫ ସନିଆ ଏବଂ ରାହୁଲ ଜେନା ।
ଖୋଲିବ ରକ୍ତଚରିତ୍ର ଗ୍ୟାଙ୍ଗର ଗୁମର, ରିମାଣ୍ଡରେ ଆସିବେ ୪ ଅଭିଯୁକ୍ତ - କେବିଏନ ଗ୍ରୁପ
ରକ୍ତଚରିତ୍ର ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଖୋଲିବ ଅନେକ ଗୁମର । ଅଧିକ ପଢନ୍ତୁ...
ଖୋଲିବ ରକ୍ତ ଚରିତ୍ର ଗ୍ୟାଙ୍ଗର ଗୁମର, ରିମାଣ୍ଡରେ ଆସିବ ୪ ଅଭିଯୁକ୍ତ
କମିଶନରେଟ ପୋଲିସର ରିମାଣ୍ଡ ଆବେଦନ ଉପରେ ଅନୁମତି ଦେଇଛନ୍ତି କୋର୍ଟ । ଅଭିଯୁକ୍ତଙ୍କ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଛି । ରିମାଣ୍ଡରେ ଆଣି ପଚରାଉଚରା କରି ଗ୍ୟାଙ୍ଗ କାରନାମାର ଖୁଲାସା କରିବ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ