ଓଡିଶା

odisha

By

Published : Feb 21, 2022, 1:26 PM IST

Updated : Feb 22, 2022, 7:38 AM IST

ETV Bharat / city

Panchayat Polls: ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ, 1508 ପଦ ପାଇଁ ପଡିବ ଭୋଟ

ଆଜି (ମଙ୍ଗଳବାର) ରାଜ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ୧୫୦୮ ପଦ ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଚତୁର୍ଥ ପର୍ଯ୍ୟାୟରେ ୨୮ ଜିଲ୍ଲାର ୬୪ ବ୍ଲକରେ ହେବ ମତଦାନ ହେବ ।

ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ମତଦାନ
ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ବର:ଆଜି (ମଙ୍ଗଳବାର) ରାଜ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ୧୫୦୮ ପଦ ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଚତୁର୍ଥ ପର୍ଯ୍ୟାୟରେ ୨୮ ଜିଲ୍ଲାର ୬୪ ବ୍ଲକରେ ହେବ ମତଦାନ ହେବ । ୧୬୩ ଜିଲ୍ଲା ପରିଷଦ ଆସନରେ ପଡ଼ିବ ଭୋଟ । ସେହିପରି ୧୨ ଶହ ୫୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୧୭ ହଜାର ୮୯ଟି ଓ୍ବାର୍ଡ ପାଇଁ ହେବ ମତଦାନ । ସମସ୍ତ ପ୍ରସ୍ତୁତି ସହ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି ।

ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜି ଦିନକ ଭିତରେ ପ୍ରତି ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିବେ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି । ପ୍ରତି ବୁଥ୍ ଉପରେ ନଜର ରଖାଯାଇଛି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।

ପୂର୍ବ ତିନୋଟି ପର୍ଯ୍ୟାୟକୁ ଦେଖିଲେ କଡା ସୁରକ୍ଷା ଭିତରେ ବି ହିଂସାକାଣ୍ଡ ଘଟିଛି । ବୁଥ ଜବରଦଖଲ ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ଭଳି ସ୍ଥିତି ଉପୁଜିଛି । ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଯେପରି ଅବାଧ ଆଉ ହିଂସାମୁକ୍ତ ହେବ ସେ ଦିଗରେ ଅଧିକ ଗୁରୁତ୍ବ ଦିଆଯାଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତରେ ଭୋଟଗ୍ରହଣ ହୋଇଥିଲା ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନ ସଦସ୍ୟ ପାଇଁ ଦୌଡରେ ଥିବା ୭୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର ଓ ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ, 1382ଟି ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ ହୋଇ ସାରିଛି । ୧୮୪୯୫ଟି ବୁଥରେ ୫୬୫୩୪୦୫ ଭୋଟର ନିଜର ମତଦାନ କରି ସାରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Feb 22, 2022, 7:38 AM IST

ABOUT THE AUTHOR

...view details