ଓଡିଶା

odisha

By

Published : Mar 22, 2021, 1:50 PM IST

ETV Bharat / city

50% ଅଧିକ ସଂରକ୍ଷଣ ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

50 ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ
ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ଭୁବନେଶ୍ବର: ଦେଶର ପଛୁଆ ବର୍ଗ ଓ ଗରିବଙ୍କ ପାଇଁ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀକାନ୍ତ ।

ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ 50 ପ୍ରତିଶତରୁ ଉର୍ଦ୍ଧ୍ବ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟମାନଙ୍କର ମତାମତ ଲୋଡିଛନ୍ତି ସୁପ୍ରିମକୋର୍ଟ । ଏନେଇ ଗତ 18 ତାରିଖରୁ ଦେଶରେ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାର ସୀମା 50% ରୁ ଉର୍ଦ୍ଧ୍ବ ହେବା ସମ୍ପର୍କରେ ବିଭିନ୍ନ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ି ବିଚାର ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ।

ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଦୃଷ୍ଟିଭଙ୍ଗୀ କ’ଣ ତାହା ସ୍ପଷ୍ଟ ହେବା ଉଚିତ୍ ବୋଲି ଶ୍ରୀକାନ୍ତ କହିଛନ୍ତି । ଓଡ଼ିଶା ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କର ପକ୍ଷ ରଖୁନାହାନ୍ତି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ପଛୁଆବର୍ଗର ପିଲାମାନେ 27 % ସଂରକ୍ଷଣ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଯାହା ତାଙ୍କର ସାମ୍ବିଧାନିକ ଅଧିକାର ସେଥିରୁ ସେମାନେ ଦୀର୍ଘ ଦିନରୁ ବଞ୍ଚିତ ଅଛନ୍ତି ।

ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି 50 % ରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁର ଯୁକ୍ତି ସର୍ବଦା ବାଢ଼ୁଛନ୍ତି । କାହିଁକି ଓଡ଼ିଶା ସରକାର ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଆଜିପର୍ଯ୍ୟନ୍ତ ହୋଇନାହାନ୍ତି ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି ?

ଗତ 20 ବର୍ଷ ଧରି କାହିଁକି ଏହି ବର୍ଗକୁ ଉପେକ୍ଷା କରାଯାଇଛି ବୋଲି ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି । ସାରାଦେଶରେ ପଛୁଆବର୍ଗ ଚାକିରୀ କ୍ଷେତ୍ରରେ 27 % ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ 27 % ସଂରକ୍ଷଣ ପାଉଛନ୍ତି । କିନ୍ତୁ ଓଡ଼ିଶାରେ ମାତ୍ର 11.25 % ଚାକିରୀ କ୍ଷେତ୍ରରେ ଓ ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ନାହିଁ ।

ସାଧାରଣ ବର୍ଗଙ୍କର ଗରିବ ପିଲାଙ୍କ ପାଇଁ 10 % ସଂରକ୍ଷଣ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବେ ଦିଆଯାଇଛି ଏହି ମୌଳିକ ନିୟମ ଅନୁସାରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ପକ୍ଷ ରଖନ୍ତୁ । ପଛୁଆବର୍ଗଙ୍କୁ ନ୍ୟାୟ ଦେବାରେ ମୁଖ୍ୟମନ୍ତ୍ରୀ ସହାୟକ ହୁଅନ୍ତୁ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details