ଓଡିଶା

odisha

ETV Bharat / city

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋରୋନା

କୋରୋନା କବଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ପଜିଟିଭ ଚିହ୍ନଟ ହେବା ନେଇ ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ

By

Published : Jan 6, 2022, 10:13 AM IST

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋରୋନା
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋରୋନା

ଭୁବନେଶ୍ବର: କୋରୋନା କବଳରେ ଦିଲ୍ଲୀପ ରାୟ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କୋରୋନା ସଂକ୍ରମିତ ଅଛନ୍ତି (Former Union Minister Dilip Ray tests covid positive) । ସେ କୋଭିଡ ପଜିଟିଭ ଥିବା ନେଇ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।

ଦିଲ୍ଲୀପ କହିଛନ୍ତି, ମୁଁ କୋରୋନା ପଜିଟିଭ ଟେଷ୍ଟ ହୋଇଛି । ମୋ ନିକଟରେ ସାମାନ୍ୟ ଲକ୍ଷଣ ରହିଛି । ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ନିଜକୁ ଆସୋଲେସନରେ ରଖିଛି । ଆମେ ବର୍ତ୍ତମାନ ତୃତୀୟ ଲହର ଦେଇ ଗତି କରୁଛୁ । ତେଣୁ ଜନସାଧାରଣଙ୍କୁ ସମସ୍ତ କୋଭିଡ ନିୟମ ମାନି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ, ଏବେ ଚାରିଆଡେ ପୁଣି କୋରୋନା ଭୟାବହତା ଦେଖାଦେଇଛି । ଦିନକୁ ଦିନ ଦୁଇ ଗୁଣା ସ୍ପିଡରେ ବଢୁଛି ପଜିଟିଭ ମାମଲା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଡାକ୍ତର, ପୋଲିସ, ବଡ ବଡ ସେଲିବ୍ରେଟି ଏବଂ ନେତାମନ୍ତ୍ରୀ ମଧ୍ୟ କୋରୋନାର ଶିକାର ହେଉଛନ୍ତି । ନିକଟରେ ବିଭିନ୍ନ ରାଜ୍ୟର ବହୁ ବରିଷ୍ଠ ରାଜନେତା କୋରୋନା ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସିଥିବାବେଳେ ଏବେ ଓଡିଶାରେ ମଧ୍ୟ ବଡବଡିଆଙ୍କୁ କବଳିତ କରିବାରେ ଲାଗିଛି ଭୂତାଣୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details