ଓଡିଶା

odisha

ETV Bharat / city

କଂଗ୍ରେସ ଭବନରେ ନିଆଁ ଲଗାଇ ବନ୍ଧା ହେଲେ ପୂର୍ବତନ ଛାତ୍ର ନେତା ଇତିଶ ପ୍ରଧାନ - କଂଗ୍ରେସ ଭବନରେ ନିଆଁ ଲଗାଇ ଇତିଶ ପ୍ରଧାନ ଗିରଫ

କଂଗ୍ରେସ ଭବନରେ ନିଆଁ ଲଗାଇବା ପଡିଲା ମହଙ୍ଗା । ପାର୍ଟି ଅଫିସ ଭିତରେ ପଶି ଗଣ୍ଡଗୋଳ, ଛାତ୍ର କଂଗ୍ରେସ ନେତାଙ୍କ ଅଫିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ପୁର୍ବତନ ଛାତ୍ର ନେତା ଇତିଶ ପ୍ରଧାନ । ଅଧିକ ପଢ଼ନ୍ତୁ

former student leader itish pradhan arrested allegedly set fire in congress office
କଂଗ୍ରେସ ଭବନରେ ନିଆଁ ଲଗାଇ ବନ୍ଧା ହେଲେ ପୂର୍ବତନ ଛାତ୍ର ନେତା ଈତିଶ ପ୍ରଧାନ

By

Published : Jan 10, 2022, 9:12 PM IST

ଭୁବନେଶ୍ବର:କଂଗ୍ରେସ ଭବନରେ ନିଆଁ ଲଗାଇବା ପଡିଲା ମହଙ୍ଗା । ପାର୍ଟି ଅଫିସ ଭିତରେ ପଶି ଗଣ୍ଡଗୋଳ, ଛାତ୍ର କଂଗ୍ରେସ ନେତାଙ୍କ ଅଫିସ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଛନ୍ତି ପୁର୍ବତନ ଛାତ୍ର ନେତା ଇତିଶ ପ୍ରଧାନ । ଏହାସହ ତାଙ୍କ ସହଯୋଗୀ ପ୍ରସନ୍ନଜିତ୍ ମଲଙ୍କୁ ବି ଗିରଫ କରିଛି କମିଶନରେଟ ପୋଲିସ । କଂଗ୍ରେସ ଭବନ ଭିତରେ ପଶି ଗଣ୍ଡଗୋଳ ପାଇଁ ବ୍ୟବହୃତ କାଠ ଫାଳିଆ ଓ ବାଡ଼ି ମଧ୍ୟ ଜବତ କରିଛି ପୋଲିସ ।

କଂଗ୍ରେସ ଭବନରେ ନିଆଁ ଲଗାଇ ବନ୍ଧା ହେଲେ ପୂର୍ବତନ ଛାତ୍ର ନେତା ଇତିଶ ପ୍ରଧାନ

ରବିବାର‌ ସନ୍ଧ୍ୟାରେ ଶହୀଦନଗର ରମାଦେବୀ କଲେଜ ସାମ୍ନା ମାର୍କେଟରେ ଉଭୟ ଖଟି କରୁଥିବା ବେଳେ ଚଢ଼ାଉ କରି ଗିରଫ କରିଛି ପୋଲିସ । ଏନେଇ କମିସନରେଟ ପୋଲିସ ପ୍ରେସ ରିଲିଜ ଜାରି କରି ସୂଚନା‌ ଦେଇଛି । ଗତ ଜାନୁଆରୀ ୮ ତାରିଖରେ ଇତିଶ ତାଙ୍କ ସହଯୋଗୀମାନଙ୍କ ସହିତ କଂଗ୍ରେସ ଭବନ ଭିତରେ ଧସେଇ ପଶିଥିଲା । NSUI କାର୍ଯ୍ୟାଳୟ ସମେତ ସଭାପତିଙ୍କ ଅଫିସ ଜାଳିଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

କଂଗ୍ରେସ ଭବନରେ ନିଆଁ ଲଗାଇ ବନ୍ଧା ହେଲେ ପୂର୍ବତନ ଛାତ୍ର ନେତା ଇତିଶ ପ୍ରଧାନ

ନିଆଁ ଲଗାଇ ସମସ୍ତ ଅଫିସ୍ ସାମଗ୍ରୀ ପୋଡି ପାଉଁଶ କରିଦେବା ସହ ଏସି ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ କରିଦେଇଥିଲେ । ଅଭିଯୁକ୍ତମାନେ ଦୁର୍ବ୍ୟବହାର କରିବା ସହ ଖଣ୍ଡା ଏବଂ ବନ୍ଧୁକ ଦେଖାଇ ଜୀବନରୁ ମାରିବାକୁ ଧମକ ଦେଇଥିଲେ । ଏହାପରେ ସେହି ଜାଗା ଛାଡ଼ି ଚାଲିଯାଇଥିଲେ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଶେଷରେ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details