ଭୁବନେଶ୍ବର: ଆରପାରିରେ ଓଡ଼ିଶାର ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡା । ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା । ତେବେ କୋଭିଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେ ଓଡିଶା ପକ୍ଷରୁ 30ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ଏବେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟପର୍ଣ୍ଣ ଥିବା ସୂଚନା ମିଳିଛି । 1974 ମସିହାରେ କଟକ ମଦନ ସ୍ପୋର୍ଟ୍ସ କ୍ରିକେଟ କ୍ଲବରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ରବି ନାରାୟଣ ପଣ୍ଡା ।