ଭୁବନେଶ୍ବର :କୋଟିଆରେ ଫେଲ ମାରିଲା ସର୍ବଦଳୀୟ ବୈଠକ ନିଷ୍ପତ୍ତି । ପୁଣିଥରେ ଆନ୍ଧ୍ର କୋଟିଆରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପଛରେ ରହି ସୀମାନ୍ତ ଅଞ୍ଚଳକୁ ହାତେଇବାକୁ ଗେମ କରୁଛି । ନିର୍ବାଚନ ନ କରି ଜଣେ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ସର୍ବଦଳୀୟ ନିଷ୍ପତ୍ତି ନେଇଥିଲା ।
କୋଟିଆକୁ ହାତେଇବା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ଲାଳସା ଦେଖାଇ ଭୂତେଇବାରେ ଲାଗିଛି ଆନ୍ଧ୍ର । ଏହାସହ ସ୍ଵାଧୀନ ପ୍ରାର୍ଥୀ ଭାବେ ଅନେକ ଲୋକାଙ୍କୁ ଛିଡ଼ା କରିଛି । ଏନେଇ କୋଟିଆରେ ହେବକୁ ଯାଉଛି ନିର୍ବାଚନ । ବିଦ୍ରୋହୀ ସ୍ଵାଧୀନ ପ୍ରାର୍ଥୀଙ୍କୁ ବୁଝାଇବାରେ ସବୁ ଦଳର ନେତା ବିଫଳ ହେଇଛନ୍ତି ।