ଓଡିଶା

odisha

ETV Bharat / city

ପୂର୍ବତନ ବିଧାୟକ ଅରୁଣ ଦେ ଗୁରୁତର ଅବସ୍ଥାରେ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି - ଅରୁଣ ଦେ ଗୁରୁତର

ପୂର୍ବତନ ବିଧାୟକ ଅରୁଣ ଦେ ଗୁରୁତର ଅବସ୍ଥାରେ କୋଭିଡ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ...

former MLA arun dey, Arun daey infected with covid, former MLA arun dey hospitalized , କୋଭିଡରେ ଆକ୍ରାନ୍ତ ପୂର୍ବତନ ବିଧାୟକ ଅରୁଣ ଦେ, ପୂର୍ବତନ ବିଧାୟକ ଅରୁଣ ଦେ, ଅରୁଣ ଦେ ଗୁରୁତର, ଅରୁଣ ଦେ ହସ୍ପିଟାଲରେ ଭର୍ତ୍ତି
ପୂର୍ବତନ ବିଧାୟକ ଅରୁଣ ଦେ ଗୁରୁତର ଅବସ୍ଥାରେ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି

By

Published : Jul 9, 2021, 9:41 PM IST

ଭୁବନେଶ୍ବର: ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅରୁଣ ଦେ କରୋନାରେ ଆକ୍ରାନ୍ତ । ଶୁକ୍ରବାର ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରରେ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛିଦିନ ହେଲା ଅରୁଣ ଥଣ୍ଡା ଜ୍ବରରେ ଆକ୍ରାନ୍ତ ଥିଲେ ।

ଶୁକ୍ରବାର ସକାଳେ ହଠାତ୍‌ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏହି ବର୍ଷିୟାନ ନେତା । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖବର ଦିଆଯାଇଥିଲା । ଏକ ଡାକ୍ତରୀ ଟିମ୍‌ ତାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ୍‌ କରିବା ସହ କୋରୋନା ପରୀକ୍ଷା‌ କରିଥିଲେ ।

ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଭୁବନେଶ୍ବରରେ ଏକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଗୃହ ସଙ୍ଗରୋଧରେ ରହିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details