ଓଡିଶା

odisha

ETV Bharat / city

ସହିଦ ଲକ୍ଷ୍ମଣ ନାୟକଙ୍କୁ ‘ଭାରତ ରତ୍ନ’ ଦାବି - bharat ratna to laxman nayak

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରେ ସହିଦ ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ଜୋର ଧରିଛି । ସହିଦ ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ସହିଦ ଲକ୍ଷ୍ମଣ ନାୟକଙ୍କୁ ‘ଭାରତ ରତ୍ନ’ ଦାବି

By

Published : Nov 22, 2019, 2:07 PM IST

ଭୁବନେଶ୍ବର: ଆଜି ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ । ଦେଶର ସ୍ବାଧିନତା ପାଇଁ ଫାଶୀ ଖୁଣ୍ଟରେ ଚଢିଥିବା ଏହି ମହାନ ପୁରୁଷଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ଜୋର ଧରିଛି । ଲକ୍ଷ୍ମଣ ନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଦେଶକୁ ସ୍ବାଧୀନ କରିବାରେ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ସବୁ ସମୟ ପାଇଁ ମନେ ରହିବ । ଜଣେ ଗରିବ ପରିବାରରେ ଜନ୍ମ ହୋଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସେ ଲଢି ଫାଶିଖୁଣ୍ଟରେ ଝୁଲିଥିଲେ । ତେଣୁ ବିଧାନସଭାରେ ଏନେଇ ସରକାର ପ୍ରସ୍ତାବ ଆଣି ପାରିତ କରି କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏହି ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details