ଭୁବନେଶ୍ବର: MSP ବୃଦ୍ଧି ନେଇ ରାଜ୍ୟ କଡା ଆଭିମୁଖ୍ୟ ଦେଖାଇଛି । ସ୍ବାମୀନାଥନ କମିଟି ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ଏପଟେ MSP ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ମନମୋହନ କହିଛନ୍ତି, ଆପଣ ଯେଉଁ ଅଞ୍ଚଳକୁ ଯାଆନ୍ତୁ, ଚାଷୀ ଧାନ ଶସ୍ତାରେ ବିକୁଛି । 1200 ଟଙ୍କାରେ ଧାନ ବିକୁଛି ଚାଷୀ । ଧାନ କିଣା କଟନୀ ଛଟନୀରେ କୋଟି କୋଟି ଟଙ୍କାର ହେରଫେର ହେଉଛି । ତାର ଜବାବ ଦିଅନ୍ତୁ ରାଜ୍ୟ ସରକାର ।