ଭୁବନେଶ୍ବର:ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । ଆଜି (ବୁଧବାର) ବିଧିବଧ ଭାବରେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ, ବିଜେଡି ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ବିିଜେଡିରେ ସାମିଲ ହୋଇଛନ୍ତି ।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ବାତାବରଣ ଉଷ୍ଣ ହେବାରେ ଲାଗିଛି । ଦଳବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । ରାଜ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଏହି କାର୍ଯ୍ୟକ୍ରମରେ କୋରାପୁ଼ଟ ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, କୋଟପାଡ ବିଧାୟିକା ତଥା ମନ୍ତ୍ରୀ ପଦ୍ମୀନି ଦିଆନ, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ,ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସହ କୋରାପୁଟ ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ର ଶେଖର ମାଝୀ ।