ଓଡିଶା

odisha

By

Published : Dec 11, 2021, 6:17 PM IST

ETV Bharat / city

BJDରେ ସାମିଲ ହେଲେ ବିଜେପି ନେତା ଧନୁର୍ଜୟ

ରାଜ୍ୟ ବିଜେପିର ଭୁଶୁଡୁଛି ସଂଗଠନ । ବଳ ଗୋଟାଉଛି ବିଜେଡି । ଶକ୍ତି ହରାଉଛି କଂଗ୍ରେସ । ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ ର ନେତା ଆମଦାନୀ ଜାରି ରହିଛି । ପୂର୍ବରୁ ପଶ୍ଚିମ ଉତ୍ତରରୁ-ଦକ୍ଷିଣ ପର୍ଯ୍ୟନ୍ତ ବିରୋଧୀ ଶିବିର ଖାଲି କରିବାରେ ବିଜେଡି କୋ ଆଣ୍ଡ ଟିମ । ଅଧିକ ପଢନ୍ତୁି

Biju Janata Dal
Biju Janata Dal

ଭୁବନେଶ୍ବର:ରାଜ୍ୟ ବିଜେପିର ଭୁଶୁଡୁଛି ସଂଗଠନ । ବଳ ଗୋଟାଉଛି ବିଜେଡି । ଶକ୍ତି ହରାଉଛି କଂଗ୍ରେସ । ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳର ନେତା ଆମଦାନୀ ଜାରି ରହିଛି । ପୂର୍ବରୁ ପଶ୍ଚିମ ଉତ୍ତରରୁ-ଦକ୍ଷିଣ ପର୍ଯ୍ୟନ୍ତ ବିରୋଧୀ ଶିବିର ଖାଲି କରିବାରେ ବିଜେଡି କୋ ଆଣ୍ଡ ଟିମ ।

Biju Janata Dal ରେ ସାମିଲ ହେଲେ ବିଜେପି ନେତା ଧନୁର୍ଜୟ

ଆଜି ପୁଣି କେନ୍ଦୁଝରର ଜିଲ୍ଲାର ଟାଣୁଆ ନେତା ତଥା ଚମ୍ପୁଆର ପୂ୍ର୍ବତନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଧୁ(Champua Former mla Dhanurjay Sidhu) ଭୁବନେଶ୍ବର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳରେ ସ୍ବାଗତ କରିଥିଲେ ।

ବର୍ଷ ୨୦୦୪-୨୦୦୯ ପର୍ଯ୍ୟନ୍ତ ଧନୁର୍ଜୟ ସିଧୁ କଂଗ୍ରେସ ବିଧାୟକ ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ । ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଜିଲ୍ଲାର ଅନ୍ୟତମ ବିଧାନସଭା କ୍ଷେତ୍ର ତେଲକୋଇରୁ ଲଢି ପରାସ୍ତ ହୋଇଥିଲେ । ପରେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇ ପୁଣି ସେହି ତେଲୋକଇରୁ ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେଡିର ପ୍ରାର୍ଥୀ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ନିକଟରୁ ପରାସ୍ତ ହୋଇଥିଲେ ।

ପରେ ଦଳରେ ଅବହେଳା ଗୋଷ୍ଠୀ କନ୍ଦଳକୁ ଦାୟୀ କରି ବିଜେପି ଛାଡିଥିଲେ । ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ହେବାପରେ ଧନୁର୍ଜୟ କହିଛନ୍ତି ବିଜେପି କଂଗ୍ରେସ ଦିଶାହୀନ ରାଜନୀତି କରୁଛନ୍ତି । ଦଳରେ ନୀତି ଆଦର୍ଶ ନାହିଁ । ଉଭୟ ଦଳ ବିକାଶ ଚାହୁଁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟର ବିକାଶ ଦ୍ରୁତ ଗତିରେ ଜାରି ରହିଛି । ନବୀନଙ୍କ ନୀତି ଆଦର୍ଶରେ ଅନୁ ପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଏହାସହ ଆଗାମୀ ଦିନରେ ଜିଲ୍ଲାରେ ବିଜେଡିକୁ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details