ଓଡିଶା

odisha

ଝାଡଖଣ୍ଡ ଖଣି ଆବଣ୍ଟନ ଦୁର୍ନୀତି ମାମଲା: ଦିଲ୍ଲୀପ ରାୟଙ୍କୁ ଜାମିନ

By

Published : Oct 26, 2020, 12:35 PM IST

Updated : Oct 26, 2020, 3:38 PM IST

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜାମିନ। ଝାଡଖଣ୍ଡରେ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀପ ରାୟଙ୍କୁ 3 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଅଧିକ ପଢନ୍ତୁ...

ଦିଲ୍ଲୀପ ରାୟଙ୍କୁ ଜାମିନ
ଦିଲ୍ଲୀପ ରାୟଙ୍କୁ ଜାମିନ

ଭୁବନେଶ୍ବର: ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ 3 ବର୍ଷର ଜେଲ ଦଣ୍ଡାଦେଶ ପାଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜାମିନ । ଜଣେ ଜାମିନଦାର ଓ ଲକ୍ଷେ ଟଙ୍କାର ବେଲ ବଣ୍ଡରେ ତାଙ୍କୁ ଜାମିନ ମିଳିଥିବା ସୂଚନା । ଆଜି ତାଙ୍କୁ ଦିଲ୍ଲୀର ସିବିଆଇ ସ୍ବତନ୍ତ୍ର ଅଦାଲତ ମାମଲାରେ 3 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

1999 ମସିହାରେ ଝାଡଖଣ୍ଡ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ତତ୍କାଳୀନ ମନ୍ତ୍ରୀ ଦିଲ୍ଲୀପ ରାୟ । ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ତାଙ୍କୁ ଅକ୍ଟୋବର 6 ତାରିଖରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ଅଣ ଜାତୀୟକରଣ ତଥା ପରିତ୍ୟକ୍ତ ଖଣିକୁ କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡକୁ ଆବଣ୍ଟନ କରିଥିବା ଅଭିଯୋଗରେ ଏହି ମାମଲା ହୋଇଥିଲା । ତେବେ ଦିଲ୍ଲୀପଙ୍କ ବ୍ୟତୀତ ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେମାନଙ୍କୁ ମଧ୍ୟ 3 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।

କୋର୍ଟ ଏମାନଙ୍କୁ ଆଇପିସିର ଦଫା 120(ଖ), 420, 409 ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ମାମଲାରେ କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଧାରା 379 ଓ 34 ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ମାମଲାରେ ସମୁଦାୟ 51 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କୋର୍ଟ । ଯାହା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିବାର ପ୍ରମାଣ ଦେଇଥିଲା । ତେବେ ମାମଲାରେ ଅକ୍ଟୋବର 14 ତାରିଖରେ ଦଣ୍ଡ ବିଧାନ ହେବାକୁ ଥିବାବେଳେ ଏହାକୁ ଅକ୍ଟୋବର 26 ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2020, 3:38 PM IST

ABOUT THE AUTHOR

...view details