ଭୁବନେଶ୍ବର:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ କୋରୋନା ପଜିଟିଭ । ଏନେଇ ତାଙ୍କ ପୁଅ ଶିଶିର ଗମାଙ୍ଗ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରନାରେ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନରେ ଅଛନ୍ତି ବରିଷ୍ଠ ବିଜେପି ନେତା । ଗିରିଧର ପିଜିଟିଭ ହେବା ପରେ ପୁଅ, ନାତି ଓ ତାଙ୍କ କର୍ମଚାରୀ ସେଲ୍ଫ ଆଇସୋଲେସନରେ ଅଛନ୍ତି । ତାଙ୍କୁ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ କହିଛନ୍ତି । ଏହା ସହ ସରକାରଙ୍କ ଦ୍ବାରା ଜାରି କରାଯାଇଥିଲା ଗାଇଡଲାଇନ ପାଳନ କରିବା ସହ ମାସ୍କ ସାନିଟାଇଜର ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତି ।