ଭୁବନେଶ୍ବର:କଂଗ୍ରେସରେ ମିଶିବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ? ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜୟ ପଟ୍ଟନାୟକ କହିଛନ୍ତି, ଆଲୋଚନା ହେଲେ ଦେଖିବି । ଆଜି (ମଙ୍ଗଳବାର) ଦିଲ୍ଲୀରୁ କଂଗ୍ରେସ ବିଧାୟକ ଓ ନେତାଙ୍କ ସହ ଏୟାରପୋର୍ଟରୁ ବାହାରିଥିଲେ ବିଜୟ ।
ଏଥିସହ ବିମାନବନ୍ଦର ଭିତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ କିଛି ସମୟ ଏକାନ୍ତରେ ଆଲୋଚନା କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯଦି କଂଗ୍ରେସ ପାର୍ଟି କି ରାଜନୈତିକ ଦଳ ମିଶିବା ପାଇଁ ଆହ୍ବନ କରନ୍ତି, ତେବେ ଏହାକୁ ନେଇ ଚିନ୍ତା କରିବି ବୋଲି ସେ କହିଥିଲେ ।