ଭୁବନେଶ୍ବର: ରାଜ୍ୟ ସରକାର ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରନ୍ତୁ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଚିଠିରେ ସେ ଲେଖିଛନ୍ତି, 25 ବର୍ଷ ବିଳମ୍ବରେ ପଛୁଆ ବର୍ଗ କମିଶନ ଗଠନ କରାଯାଇଛି । ତେଣୁ ଏବେ 20 ବର୍ଷ ଧରି ବନ୍ଦ ଥିବା 27 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରାଯାଉ।
ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଏହି ସଂରକ୍ଷଣ ଲାଗୁ ହେବାର ଆବଶ୍ୟକତା ରହିଛି । ସେହିପରି ଦଳିତ ଓ ଆଦିବାସୀଙ୍କ ପାଇଁ 38.5% ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉ । ଏହି ସଂରକ୍ଷଣ ନଦେବାରୁ ହଜାର ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ବୋଲି ଚିଠିରେ ଦର୍ଶାଇଛନ୍ତି ଶ୍ରୀକାନ୍ତ ଜେନା ।