ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଖୋଲା ଚିଠି, CAA ଓ NPR ପ୍ରତ୍ୟାହାର ଦାବି

By

Published : Jan 18, 2020, 5:34 AM IST

ନାଗରିକ ସଂଶୋଧନ ଆଇନ(ସିଏଏ) ଓ ତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

letter to cm
ଶ୍ରୀକାନ୍ତଙ୍କ CAA ଓ NPR ପ୍ରତ୍ୟାହାର ଦାବି

ଭୁବନେଶ୍ବର: ଦେଶରେ ଲାଗୁ ହୋଇଥିବା ନାଗରିକ ସଂଶୋଧନ ଆଇନ(ସିଏଏ) ଓ ତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏହାକୁ ପ୍ରତ୍ୟାହାର କରିବାକୁ ଶ୍ରୀକାନ୍ତ ଜେନା ଚିଠିରେ ଅନୁରୋଧ କରିଛନ୍ତି । ଦେଶର ସବୁ ବର୍ଗର ଲୋକେ ଏହି ଆଇନକୁ ଘୋର ବିରୋଧ କରୁଛନ୍ତି । ବିଶେଷକରି ଯୁବକଛାତ୍ର ଏହାର ପ୍ରତିବାଦରେ ସମଗ୍ର ଦେଶରେ ସବୁଠୁ ଆଗରେ ରହିଛି । ତେଣୁ ସବୁ ବର୍ଗକୁ ଦେଖି ମୁଖ୍ୟମନ୍ତ୍ରୀ ସିଏଏ ଓ ଏନପିଆରକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଖୋଲା ଚିଠି

ଶ୍ରୀକାନ୍ତ ତାଙ୍କ ଚିଠିରେ ଲେଖିଛନ୍ତି ଯେ, "ଭାରତର ସମ୍ବିଧାନ ସ୍ପଷ୍ଟ ଯେ ଧର୍ମକୁ ଭିତ୍ତିକରି କୌଣସି ଆଇନ ପ୍ରଣୟନ କରାଯାଇ ପାରିବନାହିଁ । ସବୁଧର୍ମ, ସବୁବର୍ଣ୍ଣ, ସବୁଭାଷାର ସମନ୍ବୟରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ସମଗ୍ର ବିଶ୍ବରେ ଆମର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଆଜି ସେହି ପରମ୍ପରା ଓ ପରିଚୟକୁ ଲିଭାଇବାକୁ ଏକ ଅପଚେଷ୍ଟା ଚାଲିଛି "।

ଏହି ଆଇନ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ କେବଳ ଉଦ୍ଦିଷ୍ଟ ନୁହେଁ, ଏହି ଆଇନ୍‌ ପ୍ରତ୍ୟେକ ନାଗରିକ ବିଶେଷକରି ଦଳିତ-ଆଦିବାସୀ ଓ ଅନ୍ୟ ଗରିବ ଲୋକଙ୍କୁ ଏକ ଅସ୍ବାଭାବିକ ପରିସ୍ଥିତିକୁ ଠେଲିଦେବ । କେବଳ ଲୋକଙ୍କୁ ବିଭ୍ରାନ୍ତି କରି ଅସଲ ସମସ୍ୟା ଯେପରିକି ବେକାରୀ, ଦରବୃଦ୍ଧି, ଦେଶର ଅର୍ଥନୀତି ଇତ୍ୟାଦି ସ୍ଥିତିରୁ ସରକାର ଏଡାଇ ଯାଉଛନ୍ତି ।

ତେଣୁ ମୋର ଆପଣଙ୍କୁ ଅନୁରୋଧ ଆପଣ ମହାତ୍ମା ଗାନ୍ଧୀ ଓ ଡ଼.ଆମ୍ବେଦକରଙ୍କ ବିଚାର ଧାରାକୁ ସମ୍ମାନ ଦିଅନ୍ତୁ । ସମ୍ବିଧାନକୁ ସମ୍ମାନ ଦିଅନ୍ତୁ । ଆପଣଙ୍କ ପିତା ବିଜୁବାବୁଙ୍କୁ ସମ୍ମାନ ଦିଅନ୍ତୁ । ନଚେତ୍‌ ଭାବିବଂଶଧର ଆପଣଙ୍କୁ କ୍ଷମା ଦେବେ ନାହିଁ । ଆପଣ ନିଜକୁ ସେଥିରୁ କ୍ଷାନ୍ତ ରଖିବେ ବୋଲି ଆଶା କରୁଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details