ଭୁବନେଶ୍ବର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ୟୁ-ଟର୍ଣ୍ଣ । ବିଜେଡିରୁ ବହିଷ୍କାର ହେଲା ପରେ ନବୀନ ପଟ୍ଟନାୟକଙ୍କ ସରକାର ଓ ଶାସନକଳକୁ ଗାଳି ଦେଉଥିବା ଦାମ ନିଜ ବୟାନରୁ ଆଜି ପୁରା ଓଲଟି ପଡିଛନ୍ତି । ନିକଟରେ ବିଜେପି ଦଳ ଛାଡିବା ପରେ ଦାମ ଏବେ ଫୁଲ ଦମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ବିଜେଡିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏହି ବରିଷ୍ଠ ନେତା ।
ସୂଚନା ଅନୁସାରେ ବିଜେପୁର ଫଳାଫଳ ନେଇ ଦାମ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଞ୍ଚଳିକ ଦଳ ଓ ଆଞ୍ଚଳିକ ନେତାଙ୍କୁ ଲୋକ ଭଲ ପାଆନ୍ତି । ଆଉ ଏହା ପ୍ରମାଣିତ ହୋଇଛି ବିଜେପୁର ଉପ ନିର୍ବାଚନ ଫଳାଫଳରୁ । ଏହା ସହ ନବୀନ ପଟ୍ଟନାୟକ ଅପରାଜେୟ ନେତା ବୋଲି କହିଛନ୍ତି ଦାମ । ଖାଲି ଏତିକି ନୁହେଁ ଓଡ଼ିଶାର ଜନସାଧାରଣ ନବୀନ ବାବୁଙ୍କୁ ପ୍ରିୟ ନେତା ଭାବନ୍ତି ବୋଲି କହିଛନ୍ତି ଦାମ ।